www.samajalive.in
Saturday, December 6, 2025
16.1 C
Bhubaneswar

ଆସନ୍ତାକାଲି ଠାରୁ ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ ପଞ୍ଚମ ଥର ପାଇଁ କ୍ଷମତାକୁ ଆସିଥିବା ବିଜେଡି ସରକାର ସାଙ୍ଗଠନିକ ସ୍ତରକୁ ଆହୁରି ସୁଦୃଢ କରିବା ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିପୁଳ ବିଜୟ ପାଇଁ ରାଜ୍ୟବାସୀ ଓ କର୍ମୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକ ଆରମ୍ଭ କରିଥିଲେ ।

ସେପ୍ଟେମ୍ବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ପ୍ରାୟ ଏକ ମାସ ଧରି ସଦସ୍ୟ ସଂଗ୍ରହ ଅଭିଯାନ ଚାଲିବ । ଟ୍ରାନ୍ସପେରେନ୍ସି ,ଟିମ ୱାର୍କ, ଟେକ୍ନୋଲୋଜୀ, ଟାଇମ ଓ ଟ୍ରାନ୍ସଫରମେସନ ଏହି ୫ଟି ଆକ୍ସନ ପ୍ଲାନକୁ ନେଇ ଏହି ଅଭିଯାନ କାର୍ଯ୍ୟକାରୀ ହେବ । ସଦସ୍ୟ ସଂଗ୍ରହ ବେଳେ ଆଧାର ଲିଙ୍କ କରାଯିବ । ପଞ୍ଚାୟତସ୍ତରରେ ପ୍ରତିୱାର୍ଡ଼ରେ ୪ଜଣ ସଦସ୍ୟ ଓ ମହାନଗରରେ ୪୦ଜଣ ସକ୍ରିୟ ସଦସ୍ୟ ରହିବେ । ଏନଏସିରୁ ୫ ସଦସ୍ୟ ରହିବେ । ସେହିପରି ପୌର ପରିଷଦରେ ୧୫ଜଣ ସଦସ୍ୟ ରହିବେ । ଏଥିପାଇଁ ରୋଡ଼ ମ୍ୟାପ ମଧ୍ୟ ପ୍ରସ୍ତୁତ ହୋଇସାରିଛି ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories