www.samajalive.in
Saturday, December 6, 2025
23.1 C
Bhubaneswar

୮ ମାସରେ ୧୧ ଥର ବଦଳି, କୋର୍ଟରେ ପହଞ୍ଚିଲେ ଥାନାଧିକାରୀ

ଭୋପାଳ : ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଆସିବା ପରେ ସରକାରୀ ଅଧିକାରୀଙ୍କ ବଦଳି ପ୍ରକ୍ରିୟା ଜାରି ରହିଛି। ଏହା ମଧ୍ୟରେ ରାଜ୍ୟର ଜଣେ ଥାନାଧିକାରୀଙ୍କୁ ୮ ମାସରେ ୧୧ ଥର ବଦଳି କରାଯାଇଛି। ଏଥିରେ ବ୍ୟତିବ୍ୟସ୍ତ ହୋଇ ଥାନାଧିକାରୀ ସୁନୀଲ ଳାଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ବର୍ତ୍ତମାନ ବେତୁଲ ଜିଲାର ସାରଣୀ ଥାନାଧିକାରୀ ଭାବେ କାର୍ଯ୍ୟରତ ସୁନୀଲ ଲାଟାଙ୍କୁ ନିୱାରୀ ଜିଲାର ଏକ ଥାନାକୁ ବଦଳି କରାଯାଇଛି। ଏହା ବିରୋଧରେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୮ ମାସ ତଳେ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବା ପରଠାରୁ ସୁନୀଲଙ୍କ ବଦଳି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତାଙ୍କୁ ପ୍ରଥମେ ବେତୁଲର ଆଇଜି ଅଫିସରୁ ହୋସଙ୍ଗାବାଦ, ପରେ ହୋସଙ୍ଗାବାଦରୁ ପୁଲିସ୍‍ ମୁଖ୍ୟାଳୟ, ପୁଲିସ୍‍ ମୁଖ୍ୟାଳୟରୁ ମୁଖ୍ୟାଳୟର ଅନୁସୂଚିତ ଜନଜାତି କଲ୍ୟାଣ ଶାଖାକୁ ବଦଳି ହୋଇଥିଲା। ଏହାପରେ ପୁଣି ଥରେ ତାଙ୍କୁ ସେଠାରୁ ବେତୁଲ ଜିଲାର ଅନୁସୂଚିତ ଜନଜାତି କଲ୍ୟାଣ ଶାଖୁ ବଦଳି କରାଯାଇଥିଲା। ହେଲେ ଏତିକିରେ ବି ତାଙ୍କ ବଦଳି ପ୍ରକ୍ରିୟା ଅଟକିନଥିଲା। ସେଠଶରୁ ତାଙ୍କୁ ସାଗର ଏବଂ ଛତରପୁର ବଦଳି କରାଯାଇଥିଲା। ଛତରପୁରରେ କାର୍ଯ୍ୟରେ ଯୋଗଦାନ କରିବା ପୂର୍ବରୁ ତାଙ୍କ ନିକଟକୁ ଭୋପାଳକୁ ବଦଳି ନିର୍ଦେଶ ଆସିଥିଲା। ପରେ ତାଙ୍କୁ ଭୋପାଳରୁ ବେତୁଲ, କୋତୱାଲି ଓ ପରେ ସାରଣୀ ଥାନାକୁ ବଦଳି କରାଯାଇଥିଲା। ସାରଣୀରୁ ତାଙ୍କୁ ନିୱାରୀ ବଦଳି କରାଯିବା ପରେ ସୁନୀଲ ବ୍ୟସ୍ତ ଓ ବ୍ରିବତ ହୋଇ ଜବଲପୁର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories