www.samajalive.in
Saturday, December 6, 2025
14.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ବିକାଶ ହୋଇଛି

ଭୁବନେଶ୍ୱର: ରାଜ୍ୟରେ ସବୁ କ୍ଷେତ୍ରରେ ସବୁ ଅଞ୍ଚଳରେ ବିକାଶ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ଥିର ନେତୃତ୍ବ, ଦୂରଦୃଷ୍ଟି, ଏବଂ ଦୃଢ ଇଛାଶକ୍ତି ପାଇଁ ଏହା ସମ୍ଭବ ହୋଇପାରିଛି । ରାଜ୍ୟରେ ଭିତ୍ତିଭୂମୀ ବିକାଶ କାରଣରୁ ମଧ୍ୟ ନିବେଶ ବଢିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ହୋଇଛି। ଦେଶର ଅନ୍ୟ ରାଜ୍ୟ ସହ ୫ ମାନଦଣ୍ଡରେ ବିଚାର କରାଯାଇ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର ଭଳି ଜିଲ୍ଲାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ବିଗତ ୭ ବର୍ଷରେ ୧ ଲକ୍ଷ ୮୫ ହଜାର କୋଟିର ନିବେଶ ହୋଇଛି । ଏକ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଖୋର୍ଦ୍ଧାରେ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଖୋର୍ଦ୍ଧା ପରେ ଯାଜପୁରର ସ୍ଥାନ। ଯାଜପୁର ପରେ ବାଲେଶ୍ୱରର ସ୍ଥାନ ରହିଛି। ନିରପେକ୍ଷ ସଂସ୍ଥା ଓଡ଼ିଶାରେ ନିବେଶର ଭବିଷ୍ୟତକୁ ନେଇ ଭଲ ରିପୋର୍ଟ ଦେଇଛନ୍ତି। ଓଡ଼ିଶା ସରକାରଙ୍କ ଉପରେ ବିଶ୍ୱାସ କାରଣରୁ ବାହାରୁ ନିବେଶ ଆସୁଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ ମହାରାଷ୍ଟ୍ର ପରେ ଓଡ଼ିଶାରେ ଦେଶରେ ଅଧିକ ନିବେଶ ହୋଇଛି। ୨୦ ଲକ୍ଷ କୋଟି ନିବେଶ ଓଡ଼ିଶାରେ ହୋଇଥିବା ବିଜେଡି ପ୍ରେସମିଟରେ ସୂଚନା ଦିଆଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories