ଜ୍ୟୋତିଷ ଶାସ୍ତ୍ରରେ ରାହୁ-କେତୁଙ୍କ ପ୍ରଭାବରୁ ରକ୍ଷା ପାଇବା ପାଇଁ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ଜାତକରେ ଏମାନଙ୍କ ସ୍ଥିତି ଖରାପ ଥିଲେ, ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ପ୍ରତ୍ୟେକ ଦିଗର ମହତ୍ତ୍ୱ ରହିଛି। ଘରର ଏକ ସ୍ୱତନ୍ତ୍ର ଦିଗରେ ରାହୁ-କେତୁଙ୍କ ପ୍ରଭାବ ଅଧିକ ଥାଏ। କିଛି ଉପାୟ ଦ୍ୱାରା ଏହି ପ୍ରଭାବରୁ ରକ୍ଷା ମିଳିଥାଏ। ତେବେ ଏହି ଦିଗରେ କିଛି ଜିନିଷ ରଖିବାକୁ ବାରଣ କରାଯାଇଛି। ଫଳରେ ରାହୁ-କେତୁଙ୍କ ଅଶୁଭ ପ୍ରଭାବରୁ ରକ୍ଷା ମିଳିଥାଏ। ଜାଣନ୍ତଙ୍କୁ କେଉଁ ଦିଗରେ ରହିଥାଏ ରାହୁ-କେତୁଙ୍କ ପ୍ରଭାବ,କେଉଁ ଉପାୟ ଆପଣାଇବେ..
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ ପଶ୍ଚିମ ଦିଗରେ ରାହୁ-କେତୁଙ୍କ ପ୍ରଭାବ ରହିଥାଏ। ଏହି ଦିଗରେ ଯେକୌଣସି ଜିନିଷ ରଖିବା ପୂର୍ବରୁ ଅଧିକ ଧ୍ୟାନ ଦେବା ଉଚିତ୍।
ଘରର ଏହି କୋଣରେ ଆଲମିରା ରଖନ୍ତୁ ନାହିଁ। ଏହାଦ୍ୱାରା ଧନସମ୍ପତ୍ତି ହ୍ରାସ ହେବା ସହ ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହେ। ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହି ଦିଗରେ ଭୁଲ୍ରେ ମଧ୍ୟ ସୁନା-ରୁପା,ଅଳଙ୍କାର କିମ୍ବା ଅନ୍ୟ କୌଣସି ଦାମି ଜିନିଷ ରଖନ୍ତୁ ନାହିଁ। ଏହାକୁ ଅଶୁଭ କୁହାଯାଏ।
ଘରର ସବୁଠାରୁ ପବିତ୍ର ସ୍ଥାନ ଘରର ଠାକୁର ଘର। ଘରର ଠାକୁର ଘର କଦାପି ରାହୁ-କେତୁଙ୍କ ଦିଗ ଅର୍ଥାତ ଦକ୍ଷିଣ-ପଶ୍ଚିମ ଦିଗରେ ଭୁଲ୍ରେ ମଧ୍ୟ ରଖନ୍ତୁ ନାହିଁ।
ପ୍ରତ୍ୟେକଙ୍କ ଘର ଅଗଣାରେ ତୁଳସୀ ବୃକ୍ଷ ନିଶ୍ଚୟ ପୂଜାର୍ଚ୍ଚନା କରାଯାଏ। ତୁଳସୀ ଗଛକୁ ମଧ୍ୟ ଦକ୍ଷିଣ-ପଶ୍ଚିମ ଦିଗରେ ରଖନ୍ତୁ ନାହିଁ। ଏହାଦ୍ୱାରା ସକରାତ୍ମକ ଶକ୍ତି କମ୍ ପ୍ରବେଶ କରିଥାଏ।
ବାସ୍ତୁ ଅନୁଯାୟୀ, ଘରର ଦକ୍ଷିଣ-ପଶ୍ଚିମ ଦିଗରେ ପିଲାଙ୍କ ପଢାଘର ମଧ୍ୟ ତିଆରି କରନ୍ତୁ ନାହିଁ। କିମ୍ବା ପାଠପଢା ସହ ଜଡିତ କୌଣସି ଜିନିଷ ଏହି ଦିଗରେ ରଖନ୍ତୁ ନାହିଁ। ଏହାଦ୍ୱାରା ପିଲାଙ୍କ ଏକାଗ୍ରତା ଉପରେ କୁପ୍ରଭାବ ପଡିଥାଏ।
ଏହି ଦିଗରେ ଗାଧୁଆ ଘର ମଧ୍ୟ ତିଆରି କରନ୍ତୁ ନାହିଁ। ଏହାଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବା ସହ ରୋଗ ଲାଗି ରହିଥାଏ।



