www.samajalive.in
Friday, December 5, 2025
26.1 C
Bhubaneswar

ଡ୍ରୋନ୍‍-ଗୁଡି ମୁକାବିଲା: ଚାଷୀଙ୍କ ସ୍ୱଦେଶୀ ଜୁଗାଡ ସଭିଁଙ୍କୁ କଲା ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ଶମ୍ଭୁ ସୀମାରେ ହଜାର ହଜାର ଚାଷୀ ଯବାନ ମୁହାଁମୁହିଁ ହୋଇଛନ୍ତି । ନିଜର ଦାବି ପୂରଣ ପାଇଁ ଚାଷୀ ମାନେ ଜିଦ ଧରି ଦିଲ୍ଲୀ ମୁହାଁ ହେଉଥିବା ବେଳେ ଦିଲ୍ଲୀ ପୁଲିସ ସେମାନଙ୍କୁ ଅଟକାଇବାକୁ ସବୁ ପ୍ରୟାସ ଜାରି ରଖିଛି । ଚାଷୀଙ୍କ ଉପରେ ଡ୍ରୋନ ଜରିଆରେ ଲୁହବୁହା ଗ୍ୟାସ ମାଡ କରିବାକୁ ପ୍ରାୟସ କରାଯାଉଛି । ଏହି ଡ୍ରୋନକୁ ଅଟକାଇବା ପାଇଁ ଚାଷୀ ମାନେ ଏକ କୌତୁହଳ ଉପାୟ ଆପଣାଇଛନ୍ତି । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଡ୍ରୋନର ମୁକାବିଲା କରିବାକୁ ଚାଷୀ ମାନେ ଗୁଡି ଉଡାଇଛନ୍ତି । ଯାହା ପରେ ଡ୍ରୋନ ସେଠାରୁ ପଳାୟନ କରିଛି ।

ପଞ୍ଜାବ ଏବଂ ହରିୟାଣା ଶୁମ୍ଭୁ ସୀମାରେ ହଜାର ହଜାର ସଂଖ୍ୟାରେ ଚାଷୀ ଏକାଠି ହୋଇଛନ୍ତି । ବିଭିନ୍ନ ଦାବି ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ଦିଲ୍ଲୀ ଆସୁଛନ୍ତି ଚାଷୀ ସଂଗଠନ । ଚାଷୀଙ୍କୁ ଅଟକାଇବାକୁ ପୁଲିସ ଲୁହବୁହା ଗ୍ୟାସ ଛାଡିଥିଲା । ଏହାର ମୁକାବିଲା କରିବାକୁ ଯାଇ ଚାଷୀ ମାନେ ସ୍ୱଦେଶୀ ଜୁଗାଡ ଆପଣାଇଛନ୍ତି । ଡ୍ରୋନକୁ ଟକ୍କର ଦେବା ପାଇଁ ଗୁଡି ଉଡାଇଥିଲେ ଚାଷୀ । ଫଳରେ ଡ୍ରୋନଟି ସେଠାରୁ ପଳାଇଥିଲା । ଏହାପରେ ସେଠାରେ ଡ୍ରୋନ ନପଠାଇବାକୁ ଜଣେ ବରିଷ୍ଠ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।

- Advertisement -

https://youtu.be/YKLcILzo0XE?si=apDBHqjBRjYrDZWN

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories