www.samajalive.in
Saturday, December 13, 2025
23.1 C
Bhubaneswar

ମୁଁ ଆଉ ଦଳରେ ନାହିଁ; ଦାମଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର: ଗଣମାଧ୍ୟରେ ସର୍ବଦା ବିସ୍ଫୋରକ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବିଜେଡି ଦଳର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ମଙ୍ଗଳବାର ଆଉ ଏକ ବିସ୍ଫୋରକ ବୟାନ ରଖିଛନ୍ତି । ମୁଁ ଆଉ ଦଳରେ ନାହିଁ । ମୋ ଅଜାଣତରେ ମୋତେ ମନ୍ତ୍ରୀ ପଦରୁ, ଦଳୀୟ ଉପସଭାପତି ପଦରୁ ଓ ପର୍ୟ୍ୟବେକ୍ଷକ ପଦରୁ ବାହାର କରିଦେଇଛନ୍ତି । ମୋ ପାଖରେ ଆଉ କଅଣ ଅଛି? ଏଭଳି ପ୍ରଶ୍ନ କରିଛନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ । ସେ ଆହୁରି ମଧ୍ୟ କହିଛନ୍ତି ବିଜେଡି ଦଳ ଜଣେ ଅଫିସର ଓ ୩ ଜଣ ବିଧାୟକ (ଦେବାଶିଷ ସାମନ୍ତରାୟ, ଅରୁଣ ସାହୁ ଓ ପ୍ରଣବ ଦାସ) ଙ୍କୁ ନେଇ ଚାଲିଛି । ଦଳର ସଭାପତି ସବୁ ଜାଣିଛନ୍ତି। ସେ ଯାହା ନିଷ୍ପତ୍ତି ନେବେ ।

ସୂଚନାଯୋଗ୍ୟ, ପରାଦ୍ବୀପ ବିଧାୟକ ଦାମୋଦର ରାଉତ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ କରି ବିଜୁ ଜନତା ଦଳ ଜଗତସିଂହପୁର ଜିଲା ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି,  ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ନିକଟର ଫେରାଦ ହୋଇ ଦାମଙ୍କୁ ବହିଷ୍କାର ଦାବି କରିଛନ୍ତି ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories