www.samajalive.in
Thursday, December 11, 2025
18.1 C
Bhubaneswar

ଅବଦୁଲ୍ଲାଙ୍କ ପଥାଙ୍କ ଅନୁସରଣ କଲେ ମହବୁବା;ପିଡିପି କରିବ ନିର୍ବାଚନ ବହିସ୍କାର

ନୂଆଦିଲ୍ଲୀ: ଗୋଟିଏ ପଟେ ନିର୍ବାଚନ କମିଶନ ପକ୍ଷରୁ ଜମ୍ମୁ-କାଶ୍ମୀରରେ ନିର୍ଦ୍ଧାରିତ ସମୟରେ ପଞ୍ଚାୟତ ଓ ସ୍ଥାନୀୟ କମିଟି ନିର୍ବାଚନ ହେବ ବୋଲି ଘୋଷଣା କରିଥିବାବେଳେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ନ୍ୟାସନାଲ କନଫାରେନ୍ସ ଓ ପିପୁଲ୍ସ ଡେମୋକ୍ରେଟିକ ପାର୍ଟି ମଧ୍ୟ ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ପିଡିପି ମୁଖ୍ୟ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫତି ଜମ୍ମୁ-କାଶ୍ମୀରର ରାଜନୈତିକ ସ୍ଥିତି ବର୍ତ୍ତମାନ ନିର୍ବାଚନ ପକ୍ଷରେ ନାହିଁ ବୋଲି ମତବ୍ୟକ୍ତ କରିବା ସହ ନିର୍ବାଚନରେ ପ୍ରାର୍ଥୀ ନଦେବାକୁ ଘୋଷଣା କରିଛନ୍ତି। ସାମ୍ପ୍ରତିକ ସ୍ଥିତି ନିର୍ବାଚନ ଅନୁକୂଳ ନୁହେଁ ବୋଲି ଶ୍ରୀମତି ମୁଫତି ପ୍ରକାଶ କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତି ମୁଫତି ତାଙ୍କ ଦଳ ଅନୁଚ୍ଛେଦ ୩୫ଏର ସୁରକ୍ଷା ପାଇଁ ଯେ କୌଣସି ପର୍ଯ୍ୟାୟକୁ ଯିବାକୁ ରାଜି ବୋଲି ପ୍ରକାଶ କରିଛନ୍ତି।
କିଛି ଦିନ ପୂର୍ବେ ନ୍ୟାସନାଲ କନଫାରେନ୍ସ ପକ୍ଷରୁ ମଧ୍ୟ ଯେତେ ପର୍ଯ୍ୟନ୍ତ ଭାରତ ସରକାର ଅନୁଚ୍ଛେଦ ୩୫ଏକୁ ନେଇ ସ୍ଥିତି ସ୍ପଷ୍ଟ ନକରିବେ ସେତେ ପର୍ଯ୍ୟନ୍ତ କେବଳ ପଞ୍ଚାୟତ ନିର୍ବାଚନ କାହିଁକି ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଦଳ ଭାଗ ନେବ ନାହିଁ।
ଅନୁଚ୍ଛେଦ ୩୫ଏ ଓ ଧାରା ୩୭୦ ଦେଶର ଅନ୍ୟାନ୍ୟ ରାଜ୍ୟଠାରୁ ଜମ୍ମ-କାଶ୍ମୀରକୁ ପୃଥକ କରୁଛି। ୩୫ଏ ଅନ୍ୟ ରାଜ୍ୟର ନାଗରିକଙ୍କୁ ଜମ୍ମୁ-କାଶ୍ମୀର ସ୍ଥାୟୀ ନାଗରିକତା ଓ ସେଠାରେ ସମ୍ପତ୍ତି କ୍ରୟ କରିବା ଉପରେ ବାରଣ ରହିଛି। ଏହି ମାମଲା ଏବେ ସୁପ୍ରିମ କୋର୍ଟରେ ବିଚାରାଧୀନ ରହିଛି। ଏପରିକି ଅନୁଚ୍ଛେଦ ୩୫ଏ ଅନ୍ତର୍ଗତ ରାଜ୍ୟ ସରକାରଙ୍କ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ରାଜ୍ୟର ନାଗରିକଙ୍କୁ ଅଗ୍ରାଧିକାର ଦେବାର ବ୍ୟବସ୍ଥା ରହିଛି। ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ଅନୁରୋଧ କ୍ରମେ ସୁପ୍ରିମ କୋର୍ଟ ଅନୁଚ୍ଛେଦ ୩୫ଏର ସାମ୍ବିଧାନିକ ବୈଧତା ସମ୍ପର୍କିତ ମାମଲାର ଶୁଣାଣି ୨୦୧୯ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛନ୍ତି।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories