ପୁରୀ: ପୁରୀ-ଭୁବନେଶ୍ୱର ବସ୍ ବନ୍ଦ ରହିଥିବା ନେଇ ମଙ୍ଗଳବାର ଦିନ ଆରଟିଓ ଓ ସ୍ଥାନୀୟ ପୁଲିସ ସହ ପୁରୀ ଘରୋଇ ବସ ସଂଘର ଆଲୋଚନା ହୋଇଛି। ଏହି ଆଲୋଚନାରେ ପୁରୀ ଘରୋଇ ବସ ସଂଘ କେତେକ ଦାବି ରଖିଛି। କଳ୍ପନା ଛକରେ ପୁଲିସ ମୁତୟନ, ବସର ସମୟ ସୀମା ଧାର୍ଯ୍ୟ, ବାଦାମବାଡି ବସ ଷ୍ଟାଣ୍ଡରେ ଯଥେଷ୍ଟ ସୁରକ୍ଷା ଦାବି କରିଛନ୍ତି। ପୁରୀ ମାଲିକଙ୍କ ୧୨ଟି ବସ ୪ ଦିନ ଧରି ଭୁବନେଶ୍ୱରର ବସ ସଂଘ ପକ୍ଷରୁ ଅଟକ ରଖା ଯାଇଥିଲା। ଏନେଇ ଭୁବନେଶ୍ୱର ବସ ସଂଘ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ପୁରୀ ବସ ସଂଘ ଦାବି କରିଛି।
Popular Categories



