www.samajalive.in
Monday, December 8, 2025
14.1 C
Bhubaneswar

ଏକତାର ସହ କାର୍ଯ୍ୟକଲେ ରାଜ୍ୟରେ ଶାନ୍ତି ଓ ପ୍ରଗତିର ଧାରା ବଜାୟ ରହିବ

ପିପିଲି: ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ପିପିଲିର ଦଳୀୟ କାର୍ଯ୍ୟାଳୟ ଠାରେ ଶନିବାର ପାଳିତ ହୋଇଯାଇଛି। ଏହି ଅବସରରେ ସେଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ଓ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା।
ଏହି ଅବସରରେ ପିପିଲି ବ୍ଳକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗୀ ଜେନା ଓ ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସଂନ୍ଧ୍ୟାରାଣୀ ବିଶ୍ୱାଳ ଯୋଗଦେଇ ଦଳର ଆଭିମୁଖ୍ୟ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ସ୍ୱଚ୍ଛ ଶାସନ ସଂପର୍କରେ ଆଲୋକପାତ କରିଥିଲେ। ଓଡିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବାକୁ ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପ ସଂପର୍କରେ ସେମାନେ ଆଲୋକପାତ କରିବା ସହ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଉଦ୍ୟମରେ ପିପିଲି ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିଭିନ୍ନ ବିକାଶ ସଂପର୍କରେ ଆଲୋକପାତ କରିଥିଲେ। ସମସ୍ତେ ଏକତାର ସହ ଜନସାଧାରଣଙ୍କ ସେବା କରିବା ଦରକାର। ଫଳରେ ରାଜ୍ୟରେ ଶାନ୍ତି ଓ ପ୍ରଗତିର ଧାରା ବଜାୟ ରହିବ ବୋଲି ସେ କହିଥିଲେ। ଏହି ଅବସରରେ ସ୍ୱର୍ଗତ ବିଧାୟକ ମହାରଥୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇମିନିଟ୍‍ ନୀରବ ପ୍ରାର୍ଥନା କରାଯାଇଥିଲା ।

 

- Advertisement -

ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ବ୍ଲକ ଆତ୍ମା କମିଟିର ଅଧ୍ୟକ୍ଷ ଧରଣୀଧର ସାହୁ, ଜିଲା ବିଜେଡି ସାଧାରଣ ସଂପାଦକ କିଶୋର ଛୋଟରାୟ, ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଜିଲା ବିଜେଡି ସଂପାଦକ ସତ୍ୟଜିତ୍‍ ରାୟଚୌଧୁରୀ, ଜିଲା ପରିଷଦ ସଭ୍ୟା ଗୀତାଞ୍ଜଳୀ ଦାଶ, ରାଧାମଣୀ ପ୍ରଧାନ, ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, ପିପିଲି ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଜ୍ୟୋସ୍ନାରାଣୀ ପୃଷ୍ଟି, ଡେଲାଙ୍ଗ ବ୍ଲକ ମହିଳା ବିଜେଡି ସଭାନେତ୍ରୀ ବାସନ୍ତି ସାହୁ, ପିପିଲି ଏନ୍‍ଏସିର ପୂର୍ବତନ ପୌରାଧ୍ୟକ୍ଷ ସେକ୍‍ ବାବୁ, ବରିଷ୍ଠ ନେତା ସଦାଶିବ ଦାଶ, ଶରତ ବାରିକ, ଅଜୟ ମହାରଣା, ଆଇନଜୀବୀ ଶ୍ରୀଧର ପ୍ରଧାନ, ଏନ୍‍ଏସି ଯୁବ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ସାହୁ, ବ୍ଲକ ଯୁବ ବିଜେଡି ସଭାପତି ମନୋଜ କୁମାର ଦାଶ, ଛାତ୍ର ବିଜେଡି ସଭାପତି ସୌମ୍ୟ ରଞ୍ଜନ ମହାପାତ୍ର , ଫଜଲ ଖାଁ, ମହିଳା ନେତ୍ରୀ ପ୍ରତିମା ମଲ୍ଲିକଙ୍କ ସମେତ ବହୁସଂଖ୍ୟାରେ ଦଳୀୟ ନେତା, କର୍ମୀ ଓ ଜନପ୍ରତିନିଧିମାନେ ଯୋଗ ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories