ନିର୍ବାଚନ କମିଶନ ବିଜେପି ଦ୍ୱାରା ପ୍ରଭାବିତ ହୋଇଛନ୍ତି : ବିଜେଡି

0

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିସନ ବିଗୁଲ ବଜାଇ ସାରିଛନ୍ତି। ନିର୍ବାଚନ ଘୋଷଣା ହେବାର ୨୪ ଘଣ୍ଟା ମଧ୍ୟରେ ବିଜେଡି ନିର୍ବାଚନ କମିସନଙ୍କ ବିଶ୍ୱସନିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ବିଜେଡି ଦଳ ମୁଖପାତ୍ର ଅମର ପଟ୍ଟନାୟକଙ୍କ କହିବା ଅନୁସାରେ ଓଡ଼ିଶା ତୁଳନାରେ ଆନ୍ଧ୍ରପ୍ରଦେଶ ଓ ଗୁଜରାଟରେ ଅଧିକ ଆସନ ଥାଇ ମଧ୍ୟ ଏହି ସବୁ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହୋଇଥିବା ବେଳେ ଓଡ଼ିଶାରେ କାହିଁକି ୪ଟି ପର୍ଯ୍ୟାୟରେ ନିର୍ବାଚନ କରାଯାଉଛି। ଓଡ଼ିଶାରେ ପୂର୍ବରୁ ମାଓବାଦୀ ସମସ୍ୟା ଥାଇ ମଧ୍ୟ ପୂର୍ବ ନିର୍ବାଚନରେ ଦୁଇଟି ପର୍ଯ୍ୟାୟରେ ହୋଇଥିଲା। କିନ୍ତୁ ବର୍ତ୍ତମାନ ମାଓବାଦୀ ସମସ୍ୟା ଦୂର ହୋଇଥିଲେ ମଧ୍ୟ ଚାରୋଟି ପର୍ଯ୍ୟାୟରେ ନିର୍ବାଚନ କରାଯାଉଛି। ବିଜେପି ଦ୍ୱାରା ନିର୍ବାଚନ କମିସନ ପ୍ରଭାବିତ ହୋଇ ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ଯେଉଁଠି ବିଜେପି ଦୁର୍ବଳ ଅଛି ସେଠାରେ ଅଧିକ ପର୍ଯ୍ୟାୟରେ ନିର୍ବାଚନ କରୁଥିବା ପଟ୍ଟନାୟକ କହିଛନ୍ତି।

kalyan agarbati
Leave A Reply