www.samajalive.in
Wednesday, November 19, 2025
18.1 C
Bhubaneswar

ବାଲେଶ୍ଵର ଉପ ନିର୍ବାଚନରେ ଭୋଟରଙ୍କୁ ପ୍ରଲୋଭନ: ବିଜେଡ଼ି ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ବିଜେପିର ଫେରାଦ

ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନକୁ ଜିତିବା ପାଇଁ ଶାସକ ବିଜେଡି ସରକାରୀ କଳର ଅପବ୍ୟବହାର, ଭୋଟରଙ୍କୁ ଧମକ ଦେବା ଏବଂ ପ୍ରିଜାଇଡିଂ ଅଫିସରଙ୍କୁ ଲଗାଇ ପୋଷ୍ଟାଲ ବାଲାଟରେ  ଭୋଟ କରାଇବା ଆଦି କାର୍ଯ୍ୟ ଚାଲୁ ରଖିଛି। ବାରମ୍ବାର ଅଭିଯୋଗ କରିବା ପରେ ବି ଶାସକ ଦଳର ମନ୍ତ୍ରୀ ଓ ନେତାମାନେ ଚେତୁନାହାଁନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ଥିଲେ ଶାସକ ଦଳର ନିଘା ନାହିଁ। ଶାସକ ବିଜେଡି ଜିଲ୍ଲା ପ୍ରଶାସନ ଦ୍ୱାରା ବେନିୟମ ଭାବେ ନୂଆ ବିଦ୍ୟୁତ ଟ୍ରାନ୍ସଫରମର ଲଗାଇବା ଓ ପିଇବା ପାଣି ଟ୍ୟାପ ବସାଇ ବାଲେଶ୍ୱରବାସୀଙ୍କୁ ପ୍ରଲୋଭିତ କରି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଅପପ୍ରୟାସ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେପି । ଏହି ମର୍ମରେ ଦଳ ପକ୍ଷରୁ ଏକ ପ୍ରତିନିଧି ଦଳ ରାଜ୍ୟ  ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଦଳ ପକ୍ଷରୁ କୁହାଯାଇଛି ଯେ  ଅକ୍ଟୋବର ୨୬ ତାରିଖରେ ଶାସକ ବିଜେଡିର ନିର୍ଦ୍ଦେଶରେ ବାଲେଶ୍ୱର ଟାଉନର କ୍ୟାଥୋଲିକ ପଡାରେ ଏକ ନୂତନ ବିଦ୍ୟୁତ ଟ୍ରାନ୍ସଫରମର ଲଗାଇ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଭୋଟ ହାତେଇବା ଆଶାରେ ଏହି ଟ୍ରାନ୍ସଫରମରକୁ ତରବରିଆ ଭାବେ ଚାର୍ଜ କରାଯାଇ ବିଦ୍ୟୁତ ଦିଆଯାଇଥିଲା। ଯାହା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଟିଭି, ଫ୍ରିଜ, ମୋବାଇଲ ଏବଂ ବିଦ୍ୟୁତ ବଲବ ଆଦି ଫିଉଜ ହେବା ସହ ନଷ୍ଟ ହୋଇଯାଇଛି। ସେହିପରି ସହରର ଅନେକ ସ୍ଥାନରେ ବେନିୟମ ଭାବେ ପାଣି ଟ୍ୟାପ ବସାଯାଉଛି। ପୂର୍ବରୁ ପାଣି ଟ୍ୟାପ ପାଇଁ ଦାବି ହୋଇଥିବା ସତ୍ୱେ ଜିଲ୍ଲା ପ୍ରଶାସନ ଟ୍ୟାପ ଯୋଗାଇବାରେ ଅସମର୍ଥ ଥିଲା। ଆଉ ଏବେ ଶାସକ ଦଳ ସପକ୍ଷରେ ଭୋଟ କରାଇବା ଲାଗି ସରକାରୀ ଅଧିକାରୀମାନେ ତରବରିଆ ଭାବେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି। ଶାସକ ଦଳ ଚାପରେ ସରକାରୀ ଅଧିକାରୀମାନେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରୁଛନ୍ତି। ଏହି ଘଟଣାରେ ନିର୍ବାଚନ ଅଧିକାରୀ ନିରପେକ୍ଷ ତଦନ୍ତ କରି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନକାରୀ ସରକାରୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିନିଧି ଦଳ ଦାବି କରିଛି। ଏହି ସମସ୍ତ ବେଆଇନ କାର୍ଯ୍ୟର ସମସ୍ତ ତଥ୍ୟ ପ୍ରମାଣ ସହ ଫଟୋ ଓ ଭିଡିଓ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରି ଆଗାମୀ ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ବିଜେପି ଦାବି କରିଛି।ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଡ.ଯତୀନ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆଇନ ସେଲ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

Hot this week

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ପାହାଡ଼ିଆ...

Related Articles

Popular Categories