କଟକ : ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଗିରଫ ଆଶଙ୍କା ବଢ଼ିଛି। ସିବିଆଇ ଚଢ଼ଉକୁ ବିରୋଧ କରି ଆଇଏଏସ୍ ଶ୍ରୀ ସେଠୀଙ୍କ ପକ୍ଷରୁ ରୁଜୁ ମାମଲାକୁ ଶୁକ୍ରବାର ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଶ୍ରୀ ସେଠୀ ଏବଂ ତାଙ୍କ ପରିବାରକୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଯାଇଛି। ଏହି ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଏସ୍.କେ. ପାଣିଗ୍ରାହୀ ଏହିପରି ରାୟ ଦେଇଛନ୍ତି। ଅନ୍ୟପକ୍ଷେ ସିବିଆଇ ତଦନ୍ତ ରଦ୍ଦ ଆବେଦନ ଖାରଜ ହୋଇଯିବା ପରେ ଆଇଏଏସ୍ ଶ୍ରୀ ସେଠୀ ଆଗୁଆ ଜାମିନ୍ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାମଲାରୁ ପ୍ରକାଶ ଯେ,
୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ଅଭିଯୋଗରେ ବ୍ରିଜ୍ ଆଣ୍ଡ ରୁଫ୍ କେପର୍ାରେସନ୍ ଲିମିଟେଡ୍ର ଜେନେରାଲ ମ୍ୟାନେଜର୍ ଚଞ୍ଚଳ ମୁଖାର୍ଜୀ, ସନ୍ତୋଷ ମହାରଣା ଏବଂ ଅନ୍ୟମାନଙ୍କ ନାମରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ଏଫ୍ଆଇଆ୍ରରେ ଶ୍ରୀ ସେଠୀଙ୍କ ନାମ ନଥିଲେ ମଧ୍ୟ ସିବିଆଇ ପକ୍ଷରୁ ତାଙ୍କ ଘରେ ଚଢ଼ଉ କରାଯାଇଥିଲା। ତାଙ୍କର ଏବଂ ପତ୍ନୀଙ୍କ ନାମରେ ଥିବା ଆକାଉଣ୍ଟ୍କୁ ଅଚଳ କରି ଦିଆଯାଇଥିଲା। ଏହାକୁ ବିରୋଧ କରି ଶ୍ରୀ ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସିବିଆଇ ପକ୍ଷରୁ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରିବା ସହ ତଦନ୍ତକୁ ବନ୍ଦ କରିବା ଲାଗି ଶ୍ରୀ ସେଠୀ ପ୍ରାର୍ଥନା କରିଥିଲେ। ତେବେ ହାଇକୋର୍ଟ ଆଜି ରାୟ ଶୁଣାଇଛନ୍ତି ଯେ, ସିବିଆଇ ଚଢ଼ଉ ଦ୍ୱାରା ଆବେଦନକାରୀଙ୍କ ବ୍ୟକ୍ତିଗତ ଜୀବନ (ପ୍ରାଇଭେସି) ନଷ୍ଟ ହେଉଛି; ଯଦି ଆବେଦନକାରୀଙ୍କ ବିରୋଧରେ ସନ୍ଦେହର ଯଥେଷ୍ଟ କାରଣ ରହିଛି, ତାହେଲେ ତଦନ୍ତ ପାଇଁ ଅନୁମତି ଦିଆଯାଇ ପାରିବ। ତେଣୁ ଏଭଳି କ୍ଷେତ୍ରରେ ଏଫଆଇର ତଦନ୍ତ ପାଇଁ ଆବେଦନ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ମତ େଦଇଛନ୍ତି। ତଦନ୍ତ ଏବେ ପ୍ରାଥମିକ ସ୍ଥିତିରେ ରହିଛି। ଏଭଳି କ୍ଷେତ୍ରରେ ଅଦାଲତ ହସ୍ତକ୍ଷେପ କରି ତଦନ୍ତ ପ୍ରକ୍ରିୟାକୁ ବନ୍ଦ କରିପାରିବେ ନାହିଁ। ତେଣୁ ତଦନ୍ତ ପ୍ରକ୍ରିୟାକୁ ଚାଲୁ ରଖିବା ଲାଗି ହାଇକୋର୍ଟ ଶ୍ରୀ ସେଠୀଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି । ତେବେ ଏହି ରାୟ ପ୍ରକାଶ ପାଇବା ପରେ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ସେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି। ଶ୍ରୀ ସେଠୀଙ୍କ ପକ୍ଷରୁ ଏହି ମାମଲାକୁ ବରିଷ୍ଠ ଆଇନଜୀବୀ ଦେବାଶିଷ ପଣ୍ଡା ରୁଜୁ କରିଛନ୍ତି।
ବଢ଼ିଲା ବିଷ୍ଣୁପଦଙ୍କ ଗିରଫ ଆଶଙ୍କା
Popular Categories



