www.samajalive.in
Monday, December 15, 2025
15.1 C
Bhubaneswar

ଖଟିଆରେ ବୁହା ହେଲେ ଗର୍ଭବତୀ, ବାଟରେ ସନ୍ତାନ ଜନ୍ମ

ବୀରମହାରାଜପୁର: ମଙ୍ଗଳବାର ଏକ ଅଭାବନୀୟ ଘଟଣା କ୍ରମରେ ବୀରମହାରାଜପୁର ବ୍ଲକ ବହଲପଦର ପଞ୍ଚାୟତ ଅନ୍ତର୍ଗତ ଗୌଡ଼ଗାଡ଼ ଗାଁର ଜଣେ ଗର୍ଭବତୀ ମହିଳା ଡାକ୍ତରଖାନାକୁ ପ୍ରାୟ ଏକ କିମି ବାଟ ଖଟିଆରେ ବୁହା ହୋଇଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ ରାସ୍ତାରେ ନିଆଯିବା ସମୟରେ ଉକ୍ତ ମହିଳା ଅଧା ବାଟରେ ଏକ ସନ୍ତାନ ଜନ୍ମ କରିଥିବା ମଧ୍ୟ ଜଣାଯାଇଛି। ଏହି ଘଟଣାରୁ ବୀରମହାରାଜପୁର ଅଞ୍ଚଳରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର କଥା ପଦାକୁ ଆସୁଛି। ଗୌଡଗାଡରୁ ଫବସିପାଲିକୁ ଯିବା ରାସ୍ତାରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଗାଁକୁ ରାସ୍ତା ନ ଥିବାରୁ ଖଟିଆରେ ବିଲ ହିଡ ଦେଇ ଜଣେ ଗର୍ଭବତୀଙ୍କୁ ଡାକ୍ତରଖାନାକୁ ଅଣାଯାଉଥିଲା। ତେବେ ପ୍ରସବ ବେଦନା ସହି ନପାରି ବିଲ ହିଡରେ ମହିଳା ଜଣକ ପ୍ରସବ କରିଥିବା ଜଣାଯାଇଛି।

ସୂଚନା ଅନୁଯାୟୀ ଆଜି ଗୌଡ଼ଗାଡ଼ ଗାଁର ପ୍ରସୂତି ମହିଳା ଫିରୋଜ ମିର୍ଦ୍ଧାଙ୍କ ସ୍ତ୍ରୀ ଗୋଲାପୀ ମିର୍ଦ୍ଧା ପ୍ରସବ ବେଦନା ଅନୁଭବ କରିଥିଲେ। ସ୍ଥାନୀୟ ଆଶା ସରିତା ନାଏକଙ୍କୁ ଖବର ଦିଆଯାଇଥିଲା ଓ ସେ ମଧ୍ୟ ଉପସ୍ଥିତ ହୋଇଥିଲେ। ତେବେ ରାସ୍ତା ଖରାପ ଯୋଗୁଁ ଗୌଡ଼ଗାଡ଼ ଗାଆଁକୁ ଆମ୍ବୁଲାନ୍ସ ଯିବା ସମ୍ଭବପର ହୋଇ ନ ଥିଲା। ଗାଆଁକୁ ଏକ ନାଳ ଦେଇ ଯିବାକୁ ପଡ଼ୁଥିବାବେଳେ ସବୁଦିନିଆ ରାସ୍ତା ମଧ୍ୟ ନାହିଁ। ଏଣୁ ଆମ୍ବୁଲାନ୍ସଟି ରାସ୍ତାର ଅଧା ବାଟରେ ଅଟକି ରହିଥିଲା। ପରିବାର ଲୋକ ବିଲ ହିଡ ଦେଇ ଗୌଡଗାଡରୁ ଫବସିପାଲିକୁ ପ୍ରାୟ ଏକ କିଲୋମିଟର ରାସ୍ତା ଏକ ଖଟିଆ ଯୋଗେ ଉକ୍ତ ଗର୍ଭବତୀଙ୍କୁ ଆଣୁଥିଲେ। ଗୌଡଗାଡ ଓ ଅମରପାଲି ରାସ୍ତା ମଝିରେ ଆମ୍ବୁଲାନ୍ସ ଅଟକି ରହିଥିଲା। ଏହି ଗାଁକୁ ରାସ୍ତା ନ ଥିବାରୁ ଖରା, ବର୍ଷା, ଶୀତ ସବୁଦିନ ବିଲ ହିଡ ଦେଇ ଗ୍ରାମବାସୀ ଯାତାୟତ କରନ୍ତି। ଏହା ଫଳରେ ରାଜ୍ୟ ସରକାରଙ୍କ ଜନନୀ ସୁରକ୍ଷା ଯୋଜନା ଏଠାରେ ବିଫଳ ହୋଇଥିବା କଥା ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ତିନି ବର୍ଷ ତଳେ ରାସ୍ତା ନିର୍ମାଣ ପାଇଁ ମନରେଗା ଯୋଜନାରୁ ପ୍ରାୟ ୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ହେଁ କେତେକଙ୍କ ବ୍ୟକ୍ତିଗତ ଜମି ଯାଉଥିବା କାରଣରୁ ଏଯାଏ ରାସ୍ତା ନିର୍ମାଣ ସମ୍ଭବପର ହୋଇପାରିନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories