www.samajalive.in
Saturday, December 6, 2025
23.1 C
Bhubaneswar

ନିମାପଡ଼ା, ଡେଲାଙ୍ଗରେ ବାର୍ଡ-ଫ୍ଲୁ ଚିହ୍ନଟ : ଆଜିଠୁ କୁକୁଡ଼ା ମରା ଅଭିଯାନ ଆରମ୍ଭ

ପିପିଲି : ପୁରୀ ଜିଲାରେ ଚିନ୍ତା ବଢ଼ାଇଛି ବାର୍ଡ-ଫ୍ଲୁ । ପିପିଲି ଓ ସତ୍ୟବାଦୀ ପରେ ଏବେ ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍ଗା ନିକଟ କୋଟକୁସାଙ୍ଗ ଓ ଡେଲାଙ୍ଗ ବ୍ଲକ ମୋଟରୀରେ ବାର୍ଡ-ଫ୍ଲୁ ଚିହ୍ନଟ ହୋଇଛି। ଆଜିଠାରୁ ଉଭୟ ଅଞ୍ଚଳରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ। ନିମାପଡ଼ା ବ୍ଲକ ବଳଙ୍ଗା ନିକଟ କୋଟକୁସାଙ୍ଗ ଓ ଡେଲାଙ୍ଗ ବ୍ଲକ ମୋଟରୀ ଅଞ୍ଚଳରେ ଥିବା ବ୍ରଏଲର ଫାର୍ମରୁ କୁକୁଡ଼ା ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୋପାଳସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର ହାଇ ସିକ୍ୟୁରିଟି ଆନିମଲ ଡିଜିଜେସ୍‌କୁ ପଠାଯାଇଥିଲା। ସଂଗୃହୀତ ନମୁନାର ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିବା ସମ୍ପର୍କରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ, କଟକର ଅତିରିକ୍ତ ନିର୍ଦେଶକ (ରୋଗ ନିୟନ୍ତ୍ରଣ) ଡା. ଜଗନ୍ନାଥ ନନ୍ଦ ସୂଚନା ଦେଇଛନ୍ତି। କୋଟକୁସାଙ୍ଗ ଓ ମୋଟରୀ ଅଞ୍ଚଳରେ କୁକୁଡ଼ା ମରା ଅଭିଯାନ ପାଇଁ ସେଠାକୁ ୧୦ଟି ଲେଖାଏଁ ରାପିଡ୍‌ ରେସ୍‌ପନ୍ସ ଟିମ୍‌ ପଠାଯାଇଛି। କୋଟକୁସାଙ୍ଗ ସଂକ୍ରମିତ ସ୍ଥାନର ୧ କିଲୋମିଟର ପରିସୀମା ମଧ୍ୟରେ ଥିବା ୫୦ ଫାର୍ମରୁ ୨୬ ହଜାରରୁ ଊର୍ଦ୍ଧ୍ବ କୁକୁଡ଼ାଙ୍କୁ ମରାଯିବା ସହ ଫାର୍ମ ବିଶୋଧନ କରାଯିବ। ସେହିପରି ଡେଲାଙ୍ଗ ବ୍ଲକ ମୋଟରୀ ସଂକ୍ରମିତ ସ୍ଥାନର ୧ କିଲୋମିଟର ପରିସୀମା ମଧ୍ୟରେ ଥିବା ୭୪ଟି ଫାର୍ମକୁ ବିଶୋଧନ କରାଯାଇ କୁକୁଡ଼ାଙ୍କୁ ମରାଯିବ। ସଂକ୍ରମିତ ଅଞ୍ଚଳରେ ଥିବା ଫାର୍ମରୁ ସମସ୍ତ ବ୍ରଏଲରଙ୍କୁ ମରାଯିବା ପରେ ଘର ଅଗଣାରେ ଥିବା ଦେଶୀ କୁକୁଡ଼ା ଓ ବତକଙ୍କୁ ମଧ୍ୟ ମରାଯିବ ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories