www.samajalive.in
Sunday, December 7, 2025
18.1 C
Bhubaneswar

ଏକବିଂଶ ଶତାବ୍ଦୀରେ ଜୈବ ଇନ୍ଧନ ଭାରତକୁ ନୂତନ ଗତି ପ୍ରଦାନ କରିବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନୂଆଦିଲ୍ଲୀଠାରେ ବିଶ୍ୱ ଜୈବ ଇନ୍ଧନ ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବକୁ ସମ୍ବୋଧିତ କରିଛନ୍ତି । ସେ ବିବିଧ ବର୍ଗଙ୍କ ଏକ ସମ୍ମିଳନୀରେ କୃଷକ, ବୈଜ୍ଞାନିକ, ଉଦ୍ୟୋଗୀ, ଛାତ୍ର, ସରକାରୀ କର୍ମଚାରୀ ଏବଂ ବିଧାୟକମାନଙ୍କୁ ସମ୍ବୋଧିତ କରିଥିଲେ ।

ସେ କହିଲେ ଯେ ଏକବିଂଶ ଶତାବ୍ଦୀରେ ଜୈବ ଇନ୍ଧନ ଭାରତକୁ ନୂତନ ଗତି ପ୍ରଦାନ କରିପାରିବ । ସେ ପୁନଶ୍ଚ କହିଲେ ଯେ ଶସ୍ୟରୁ ଉତ୍ପନ ଇନ୍ଧନ ଉଭୟ ଗ୍ରାମ ଓ ସହରର ଜନସାଧାରଣଙ୍କ ଜୀବନକୁ ପରିବର୍ତ୍ତିତ କରିପାରିବ ।

- Advertisement -

ସେ କହିଲେ ଯେ କୃଷିଜାତ ସାମଗ୍ରୀରୁ ଜୈବଇନ୍ଧନ ବା ଇଥାନଲ ଉତ୍ପାଦନ କରିବାର ଯୋଜନା ଅଟଳ ବିହାରୀ ବାଜପାୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଗ୍ରହଣ କରାଯାଇଥିଲା । ୨୦୧୪ ପରେ ଇଥାନଲ ବ୍ଲେଣ୍ଡିଂ/ମିଶ୍ରଣ କାର୍ଯ୍ୟକ୍ରମ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଇଥିଲା । ସେ କହିଲେ ଯେ କୃଷକମାନଙ୍କୁ ଲାଭ ପହଂଚାଇବା ବ୍ୟତୀତ, ଏହି ପଦକ୍ଷେପ ଫଳରେ ଗତବର୍ଷ ୪,୦୦୦ କୋଟି ଟଙ୍କାର ବୈଦେଶିକ ବିନିମୟ ମୁଦ୍ରା ସଂଚୟ କରିବାରେ ସହାୟକ ହୋଇଛି ଏବଂ ଆଗାମୀ ୪ବର୍ଷ ମଧ୍ୟରେ ଏହାକୁ ୧୨,୦୦୦କୋଟି ଟଙ୍କାରେ ପହଂଚାଇବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ବାୟୋମାସକୁ ବାୟୋ ଇନ୍ଧନରେ ରୂପାନ୍ତରିତ କରିବାର ପ୍ରୟାସରେ କେନ୍ଦ୍ର ସରକାର ବହୁ ପରିମାଣରେ ପୁଞ୍ଜିନିବେଶ କରୁଛନ୍ତି । ୧୨ଟି ଅତ୍ୟାଧୁନିକ ବିଶୋଧନାଗାର ପ୍ରତିଷ୍ଠା କରାଯିବାର ଯୋଜନା ରହିଛି । ଏହି ପ୍ରକ୍ରିୟା ମାଧ୍ୟମରେ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପ୍ରଧାନମନ୍ତ୍ରୀ କହିଲେ ଯେ ଜନଧନ, ବନ୍ଧନ ଏବଂ ଗୋବର-ଧନ ଭଳି ଯୋଜନା ଗରିବ ଜନସାଧାରଣ, ତଫସିଲଭୁକ୍ତ ଜନଜାତି ଏବଂ କୃଷକମାନଙ୍କ ଜୀବନକୁ ରୂପାନ୍ତରିତ କରିବାରେ ସହାୟକ ହେଉଛି । ସେ କହିଲେ ଯେ ଜୈବ ଇନ୍ଧନର ରୂପାନ୍ତରଣକାରୀ କ୍ଷମତାକୁ ଛାତ୍ର, ଶିକ୍ଷକ, ବୈଜ୍ଞାନିକ, ଉଦ୍ୟୋଗକାରୀ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ମାଧ୍ୟମରେ ହୃଦୟଙ୍ଗମ କରାଯାଇ ପାରିବ । ଜୈବ ଇନ୍ଧନର ଲାଭକୁ ଗ୍ରାମାଂଚଳରେ ପହଂଚାଇବା ପାଇଁ ସହାୟତା କରିବା ଲାଗି ସେ ଉପସ୍ଥିତ ଥିବା ସମସ୍ତଙ୍କୁ ପ୍ରେରିତ କରିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ “ଜୈବ ଇନ୍ଧନ-୨୦୧୮କୁ ନେଇ ଜାତିୟ ନୀତି” ଶୀର୍ଷକରେ ଏକ ପତ୍ରିକା ଉନ୍ମୋଚନ କରିଥିଲେ । ସେ ମଧ୍ୟ “ପ୍ରୋଆକ୍ଟିଭ ଏଣ୍ଡ ରେସପନ୍ସିଭ ଫେଲିସିଟେସନ, ବାଏ ଇଂଟରାକ୍ଟିଭ ଏଣ୍ଡ ଭର୍ଚ୍ୟୁଅସ ଏନଭିରନମେଂଟାଲ ସିଙ୍ଗଲ-ୱିଣ୍ଡୋ ହବ” (ପରିବେଶ)ର ଶୁଭାରମ୍ଭ କରିଥିଲେ ।

 

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories