www.samajalive.in
Saturday, December 6, 2025
26.1 C
Bhubaneswar

ବିନିକାରେ ମଡେଲ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଉଚ୍ଛେଦ 

ବିନିକା: ସୁବର୍ଣ୍ଣପୁର ଜିଲା ବିନିକା ସହର ସ୍ଥିତ ନୂଆ ବସଷ୍ଟାଣ୍ଡକୁ ସରକାର ଏକ ଅତ୍ୟାଧୁନିକ ମଡେଲ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ । ଏନେଇ ଗତ କିଛି ମାସ ତଳେ ଏହାର ପରିସରରେ ଥିବା ବେଆଇନ ଜବରଦଖଲ ପ୍ଲଟ ଗୁଡ଼ିକୁ ପ୍ରଶାସନ ପକ୍ଷରୁ ତତ୍ପରତାର ସହିତ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ବେଆଇନ ଜବରଦଖଲକାରୀଙ୍କ କବଜାରୁ ମେସିନ ସାହାଯ୍ୟରେ ଏହାର ପରିସରକୁ ହଟାଯିବାର ମାତ୍ର ଦିନ କେଇଟା ପରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ରହିତାଦେଶ ପାଇଁ ଉଚ୍ଛେଦରେ ପ୍ରଶାସନକୁ ପ୍ରତିବନ୍ଧକ ସମସ୍ୟା ସୃଷ୍ଟି ହୋଇଥିଲା ।

ଏପରି ସ୍ଥିତିରେ ଆବେଦନ କ୍ରମେ ମାନ୍ୟବର କୋର୍ଟ ଉକ୍ତ ମୋକଦ୍ଦମାକୁ ବିଚାର କରିବା ପରିପ୍ରେକ୍ଷୀରେ ଆବେଦନକାରୀ କିମ୍ବା ଏହି ମୋକଦ୍ଦମାର ଅପରପକ୍ଷଙ୍କ ଦ୍ଵାରା ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ପୁନଃ ଆବେଦନ ହୋଇ ନଥିବାରୁ ମାନ୍ୟବର କୋର୍ଟ ଉକ୍ତ ମୋକଦ୍ଦମାକୁ ବିଚାର କରି ରାୟ ପ୍ରକାଶ କରିଥିଲେ । ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଠାରୁ ପ୍ରଶାସନ ଏହାର ପରିସରକୁ ଉଚ୍ଛେଦ ସକାଶେ ପୁନଃ ଆଦେଶ ପାଇବା ପରେ ପ୍ରଶାସନ ଏହାକୁ ଗମ୍ଭୀରତାର ଗ୍ରହଣ କରିବା ସହ ବସଷ୍ଟାଣ୍ଡ ନିର୍ମାଣ ହେବାକୁ ଥିବା ପରିସରକୁ ବେଆଇନ ପ୍ଲଟ ଅକ୍ତିଆର କରିଥିବା ସ୍ଥାନକୁ ଏକ ପ୍ଲାଟୁନ ପୁଲିସ ଫୋର୍ସ ଉପସ୍ଥିତିରେ ପୁନର୍ବାର ଉଚ୍ଛେଦ ଆରମ୍ଭ କରିଛି ।

- Advertisement -

ଏନେଇ ସୋମବାର ସକାଳୁ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀଙ୍କ ସହ ଥାନା ଅଧିକାରୀ ପବିତ୍ର କୁମାର ସାହୁ ଏବଂ ବିନିକା ବିଜ୍ଞାପିତ ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥଙ୍କ ସମେତ ବିନିକା ତହସିଲ କାର୍ଯ୍ୟାଳୟର ରାଜସ୍ବ ପରିଦର୍ଶକ ନୀଳମଣି କୁଅଁର, ବିନିକା ସଦର ରାଜସ୍ବ ସର୍କଲ ଇନ୍ସପେକ୍ଟର ବସନ୍ତ କୁମାର ବରିହା, ତହସିଲ କାର୍ଯ୍ୟାଳୟର ଅମିନ ବୈକୁଣ୍ଠନାଥ ରାଉତ ଓ ବିନିକା ଏନଏସି କର୍ମଚାରୀ ମାନେ ଉପସ୍ଥିତ ରହି ନିର୍ମାଣ ପାଇଁ ପୂର୍ବରୁ ବେଆଇନ ଜବରଦଖଲାରେ ପ୍ରତିବନ୍ଧକ ସାଜିଥିବା ସ୍ଥାନରେ ଜଗିରହି ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟରେ ସହଯୋଗ କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories