www.samajalive.in
Thursday, December 11, 2025
18.1 C
Bhubaneswar

ପ୍ରଥିତଯଶା କଥାକାର ତଥା ଔପନ୍ୟାସିକା ବୀଣାପାଣି ମହାନ୍ତିଙ୍କୁ ଅତିବଡ଼ି ସମ୍ମାନ

ଭୁବନେଶ୍ୱର : ଆଜି ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର-୨୦୧୯ ମସିହା ନିମନ୍ତେ ପ୍ରଥିତଯଶା କଥାକାର ତଥା ଔପନ୍ୟାସିକା ବୀଣାପାଣି ମହାନ୍ତିଙ୍କୁ ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ କଥାକାର ବୀଣାପାଣି ମହାନ୍ତିଙ୍କ କଟକସ୍ଥ ବାସଭବନରେ ତାଙ୍କୁ ମାନପତ୍ର, ଉତ୍ତରୀୟ ସହିତ ଏକ ଲକ୍ଷ ଟଙ୍କାର ଏକ ଚେକ୍‌ ପ୍ରଦାନପୂର୍ବକ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଅନ୍ୟ ଲେଖକ/ଲେଖିକାମାନେ ସାରସ୍ୱତ ସାଧିକା ବୀଣାପାଣି ମହାନ୍ତିଙ୍କ ଭଳି ଆପଣା ଲେଖନୀ ଚାଳନାକୁ ତୀବ୍ର କରିବାକୁ ଆହ୍ୱାନ ଦେଇଥିଲେ । ଅତିବଡ଼ି ସମ୍ମାନ ଗ୍ରହଣ କରିବା ପରେ ଲେଖିକା ବୀଣାପାଣି ମହାନ୍ତି କହିଥିଲେ ଯେ ଏହା ମୋ ପାଇଁ ଗର୍ବର ବିଷୟ ଯେ ସଂସ୍କୃତି ମନ୍ତ୍ରୀ, ସଚିବ, ନିର୍ଦେଶକ ଏବଂ କଟକ ଜିଲ୍ଲାପାଳ ମୋର ବାସଭବନରେ ମୋତେ ସମ୍ବର୍ଦ୍ଧିତ କରିଛନ୍ତି। ମୁଁ ଏହି ସମ୍ମାନକୁ ସାଦରେ ଗ୍ରହଣ କରୁଛି। ଉତ୍କଳ ଲେଖିକା ସଂଘ ପାଇଁ ସରକାରୀ ସୁବିଧା ଯୋଗାଇଦେଲେ ସଦସ୍ୟାମାନେ ଅଧିକ ଉପକୃତ ହେବା ସହ ଲେଖାପ୍ରତି ଉତ୍ସାହିତ ହୁଅନ୍ତେ ବୋଲି କହିଥିଲେ। ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଥିଲେ ଯେ ପରିସ୍ଥିତି ସ୍ୱାଭାବିକ ରହିଥିଲେ, ରବୀନ୍ଦ୍ରମଣ୍ଡପଠାରେ ଏକ ଭବ୍ୟ ସମାରୋହରେ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥାନ୍ତା କିନ୍ତୁ ସମୟକୁ ଆଖିରେ ରଖି ଏହାକୁ ନିରାଡମ୍ବର ଭାବେ ପ୍ରଦାନ କରାଯାଉଛି। । ସଂସ୍କୃତି ନିର୍ଦେଶକ ବିଜୟ କୁମାର ନାୟକ ବୀଣାପାଣିଙ୍କୁ କଥାସାହିତ୍ୟର ପାଟଦେଈ ବୋଲି ଉଲ୍ଲେଖ କରି ତାଙ୍କର ସୁନାମ କେବଳ ରାଜ୍ୟରେ ନୁହେଁ ସମଗ୍ର ଦେଶର ସାହିତ୍ୟ କ୍ଷେତ୍ରରେ ରହିଛି ବୋଲି କହିଥିଲେ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ମଧ୍ୟ ବକ୍ତବ୍ୟ ରଖିଥିଲେ । ଏକାଡେମୀର ସଚିବ ସୁଚିସ୍ମିତା ମନ୍ତ୍ରୀ ପ୍ରଶସ୍ତିପତ୍ର ପାଠ କରିଥିଲେ ଏବଂ ସ୍ବତନ୍ତ୍ର ଅଧିକାରୀ ରବିନାରାୟଣ ରାୟ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଏକାଡେମୀ ପକ୍ଷରୁ ପ୍ରକାଶିତ ୧୭ଟି ପୁସ୍ତକ ଏବଂ ​‌େ​‌ତ୍ରୈମାସିକ ମୁଖପତ୍ର ‘କୋଣାର୍କ’ ଲୋକାର୍ପିତ ହୋଇଥିଲା । ଏହି ପୁସ୍ତକଗୁଡ଼ିକ ହେଲା-‘ଓଡ଼ିଶାର ଲୋକସଂସ୍କୃତି ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ’(ସୁନୀଲ ରଥ), ‘ପ୍ରଜ୍ଞାଦୀପ୍ତ ସାରସ୍ୱତ ସାଧକ ଧନେଶ୍ୱର ମହାପାତ୍ର’ (ଗୋବିନ୍ଦ ଚନ୍ଦ୍ର ଚାନ୍ଦ), ‘ଉମାଶଙ୍କର ପଣ୍ଡା’ (ସୁଶୀଳ କୁମାର ବାଗ୍‌) ‘ସନ୍ଥକବି ଅଭିରାମ ପରମହଂସ’ (ବିଜୟାନନ୍ଦ ସିଂହ), ‘ଚନ୍ଦ୍ର ମୋହନ ପରିକ୍ରମା’ (ସଂ-ଅରବିନ୍ଦ ଗିରି), ‘ଭାରତୀୟ ନୃତ୍ୟକଳା’

- Advertisement -

(ଧୀରେନ୍ଦ୍ରନାଥ ପଟ୍ଟନାୟକ ), ‘ଆଞ୍ଚଳିକ ଲେ ।କ ଗୀତ, ଲେ ।କବାଣୀ ଓ କାହାଣୀ’ (ସଂ- କମ୍ଭୁପାଣି ସାମନ୍ତ, ରଘୁନାଥ ରଥ, ରାଜେନ୍ଦ୍ର ଷଡ଼ଙ୍ଗୀ, ପ୍ରଶାନ୍ତ ମହାନ୍ତି), ‘ମାଦଳା ପାଞ୍ଜି’ (ସଂ-ଆର୍ତ୍ତବଲ୍ଲଭ ମହାନ୍ତି), ‘ନଦୀର ଦ୍ୱୀପ’, (ହିନ୍ଦୀ: ଅଜ୍ଞେୟ, ଭାଷାନ୍ତର: ରାଧାକାନ୍ତ ମିଶ୍ର), ‘ବାଘ’, (ହିନ୍ଦୀ: କେଦାରନାଥ ସିଂହ, ଭାଷାନ୍ତର: ଇପ୍‌ସିତା ଷଡ଼ଙ୍ଗୀ), ‘ଓଡ଼ିଶାରେ ଶ୍ରୀଚୈତନ୍ୟ’ (ମୂଳ ରଚନା ସାରଦା ଚରଣ ମିତ୍ର, ଭାଷାନ୍ତର: ସୋମା ଚାନ୍ଦ), ‘ରଥ ସପ୍ତକ’ (ମୂଳ ଓଡ଼ିଆ: ଚନ୍ଦ୍ରଶେଖର ରଥ, ହିନ୍ଦୀ ଭାଷାନ୍ତର: ମମତା ଖଣ୍ଡେଇ), ‘ନାକଟା ଚିତ୍ରକର’ (ମୂଳ ଓଡ଼ିଆ: ଫତୁରାନନ୍ଦ, ହିନ୍ଦୀ ଭାଷାନ୍ତର: ଅଜୟ କୁମାର ପଟ୍ଟନାୟକ), ‘ଅନ୍ଧିଗଳି’ (ମୂଳ ଓଡ଼ିଆ: ଅଖିଳ ମୋହନ ପଟ୍ଟନାୟକ, ହିନ୍ଦୀ ଭାଷାନ୍ତର: ରବୀନ୍ଦ୍ରନାଥ ମିଶ୍ର), ‘ଦାଦିବୁଢ଼ା’ (ମୂଳ ଓଡ଼ିଆ: ଗୋପୀନାଥ ମହାନ୍ତି, ହିନ୍ଦୀ ଭାଷାନ୍ତର: ଡକ୍ଟର ଶଙ୍କରଲାଲ ପୁରୋହିତ’, ‘ଲଛମା’ (ମୂଳ ଓଡ଼ିଆ: ଫକୀର ମୋହନ ସେନାପତି, ଇଂରାଜୀ ଭାଷାନ୍ତର:
ବସନ୍ତ କୁମାର ତ୍ରିପାଠୀ ଓ ପଲ୍‌ ସେଣ୍ଟ ପେରି), ‘ଆଧୁନିକ ଓଡ଼ିଆ କାବ୍ୟଧାରା: ନବଜାଗରଣ ଯୁଗ’ (ନରେନ୍ଦ୍ର ନାଥ ମିଶ୍ର) ଏବଂ ଏକାଡେମୀର ତୈମାସିକ ପତ୍ରିକା ‘କୋଣାର୍କ’ ୧୯୫ତମ ସଂଖ୍ୟା ।
ସ୍ୱନକ୍ଷତ୍ର ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏକ ଲିଖିତ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର, ଅତିବଡ଼ି ପୁରସ୍କାର ପ୍ରାପ୍ତ ଲେଖକ ଶାନ୍ତନୁ କୁମାର ଆଚାର୍ଯ୍ୟ, ବିଭୂତି ପଟ୍ଟନାୟକ, କବି ରମାକାନ୍ତ ରଥ, ଏକାଡେମୀର ପୂର୍ବତନ ସଭାପତି ମନୋରମା ମହାପାତ୍ର, ସାତକଡ଼ି ହୋତା, କବି ହୁସେନ୍‌ ରବି ଗାନ୍ଧୀ, ଏକାଡେମୀର ପୂର୍ବତନ ଉପସଭାପତି ଶ୍ରୀନିବାସ ଉଦ୍‌ଗାତା, ପୂର୍ବତନ ଉପସଭାପତି ତଥା ସଚିବ ଚନ୍ଦ୍ରଶେଖର ଦାସବର୍ମା, ପୂର୍ବତନ ସଚିବ ରାଜକିଶୋର ମିଶ୍ର, ପୂର୍ବତନ ସଚିବ ତଥା ବିଶିଷ୍ଟ କବି ହରପ୍ରସାର ପରିଚ୍ଛା ପଟ୍ଟନାୟକ, ପୂର୍ବତନ ସଚିବ ଜୟନ୍ତୀ ରଥ ଏବଂ ସମାଲୋଚକ କୈଳାସଚନ୍ଦ୍ର ଟିକାୟତରାୟ, କବି ପ୍ରତିଭା ଶତପଥୀ, ଗୌରହରି ଦାସ ଓ ସୁସ୍ମିତା ବାଚ୍‌ଚୀ ପ୍ରମୁଖ ଏକାଡେମୀ ସ୍ୱନକ୍ଷତ୍ର ଦିବସ ଅବସରରେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories