ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପଞ୍ଚମ ବିମଷ୍ଟେକ ଶିଖର ବୈଠକରେ ଯୋଗଦେବେ। ଏହି ଶିଖର ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବ। ଏହି ବୈଠକ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ହେଉଛି। ଶିଖର ବୈଠକ ପ୍ରସ୍ତୁତି ଉପରେ ବିମଷ୍ଟେକ ସଦସ୍ୟ ଦେଶଗୁଡ଼ିକର କର୍ମକର୍ତ୍ତାମାନେ ଗତକାଲି ଏକ ବୈଠକରେ ମିଳିତ ହୋଇଥିଲେ। ବିମଷ୍ଟେକ ବୈଦେଶିକ ମନ୍ତ୍ରୀମାନଙ୍କର ଆଜି ବୈଠକ ଅନୁଷ୍ଠିତ ହୋଇଛି। କୋଭିଡ ସମସ୍ୟା, ବିମ୍ଷ୍ଟେକ୍ ସଦସ୍ୟ ଦେଶମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ବିମଷ୍ଟେକ ବୈଷୟିକ ଓ ଅର୍ଥନୈତିକ ସହଯୋଗକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ ଆସନ୍ତାକାଲି ଆଲୋଚନା ହେବ।
Popular Categories



