www.samajalive.in
Monday, December 15, 2025
15.1 C
Bhubaneswar

ଅଷ୍ଟାଦଶ ବିମଷ୍ଟେକ ବୈଠକରେ ଜୟଶଙ୍କର, କହିଲେ ସମାଜ ବିରୋଧୀ ତତ୍ଵର ମୁକାବିଲା କରୁ ବିଶ୍ୱ

ନୂଆଦିଲ୍ଲୀ: ବିଶ୍ୱରେ ଆତଙ୍କବାଦ ଭଳି ଦେଖାଦେଇଥିବା ସମାଜ ବିରୋଧୀ ତତ୍ୱଗୁଡିକର ମୁକାବିଲା ଦିଗରେ ବିଶ୍ୱ ଆଗେଇ ଆସିବା ଉଚିତ ବୋଲି ବୈଦେଶିକ ମନ୍ତ୍ରୀ ଡଃ ଏସ. ଜୟଶଙ୍କର କହିଛନ୍ତି। ସେ ଆଜି ଅଷ୍ଟାଦଶ ବିମ୍‍ଷ୍ଟେକ୍‍ ମନ୍ତ୍ରିସ୍ତରୀୟ ବୈଠକରେ ଅଂଶ ଗ୍ରହଣ କରି କହିଛନ୍ତି ଯେ ଭାରତ ସର୍ବଦା ଏଭଳି ପଦକ୍ଷେପ ଗ୍ରହଣ ଦିଗରେ ତାର ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିଛି ଓ କରିବ ମଧ୍ୟ।

ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ଏହି ବୈଠକରେ ଡଃ ଜୟଶଙ୍କର କହିଛନ୍ତି, ବିମଷ୍ଟେକ ସଦସ୍ୟ ରାଷ୍ଟ୍ରଗୁଡିକ ଯୋଗାଯୋଗ, ଶକ୍ତି ଓ ସାମୁଦ୍ରିକ ସହଯୋଗ କ୍ଷେତ୍ରରେ ସେମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି କରିବା ଜରୁରୀ। ସେ କହିଛନ୍ତି, ସଦସ୍ୟ ଦେଶମାନେ ବ୍ୟବସାୟ କ୍ଷେତ୍ରରେ ମିଳିତ ଉଦ୍ୟୋଗ ସ୍ଥାପନ ସହ ପ୍ରକଳ୍ପଗୁଡ଼ିକର ମିଳିତ କାର୍ଯ୍ୟକାରୀତା ଜରୁରୀ। ବନ୍ଦର ସୁବିଧା, ଫେରୀ ସେବା, ଉପକୂଳ ଜାହାଜ ଚଳାଚଳ, ଗ୍ରୀଡ୍‍ ସଂଯୋଗ ଓ ମୋଟର ଯାନ ଚଳାଚଳ ଭଳି କ୍ଷେତ୍ରରେ ମଧ୍ୟ ସହଯୋଗ ବୃଦ୍ଧି କରାଯାଇ ପାରିବ ବୋଲି ସେ କହିଛନ୍ତି। ବିମଷ୍ଟେକ ସଦସ୍ୟ ଦେଶଗୁଡିକ ମିଳିତ ଭାବେ ଆତଙ୍କବାଦ, ଉଗ୍ରବାଦ, ଆନ୍ତର୍ଜାତିକ ଅପରାଧ, ସାଇବର ଅପରାଧ ଓ ନିଶାଦ୍ରବ୍ୟର ଚୋରା ଚାଲାଣ ଭଳି କାର୍ଯ୍ୟକଳାପଗୁଡ଼ିକର ମୂଳୋତ୍ପାଟନ କରିପାରିବେ ବୋଲି ଡଃ ଜୟଶଙ୍କର କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories