ବିମଳା ମନ୍ଦିରରୁ ଲୁଟ୍  ଅଭିଯୋଗ

0

ପୁରୀ: ଗୋବର୍ଦ୍ଧନ ପୀଠରେ ଥିବା ମା ବିମଳା ମନ୍ଦିରରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ସମୁଦ୍ରକୂଳ ଥାନା ପୁଲିସ ପହଞ୍ଚି ମନ୍ଦିର ପଛପଟେ ଭଙ୍ଗା ହୁଣ୍ଡି ପଡିଥିବା ପୁଲିସ ଉଦ୍ଧାର କହିଛି । ଗତକାଲି ରାତିରେ କେହି ଦୁବୃର୍ତ୍ତ ମନ୍ଦିରର ତାଲା ଭାଙ୍ଗି ଲୁଟ୍ କରିବା ପରେ ହୁଣ୍ଡି ପିଙ୍ଗି ଦେଇ ପଳାଇଥିବା ଅନୁମାନ କରାଯାଉଛି । ହୁଣ୍ଡିରୁ କେତେ ଟଙ୍କା ଲୁଟ୍ ହୋଇଛି ଏଯାବତ୍ ତାହାର ସଠିକ ଆକଳନ ହୋଇନାହିଁ । ଟଙ୍କା ସହ ମା’ଙ୍କ ସୁନା ରୂପା ଅଳଙ୍କାର ଚୋରି ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ପୁଲିସ ଅଧିକ ତଦନ୍ତ ଆରମମ୍ଭ କରିଛି ।

Leave A Reply