www.samajalive.in
Saturday, December 13, 2025
23.1 C
Bhubaneswar

ନିଜ ଦାବିରେ ଅଟଳ କାରଖାନା କର୍ତ୍ତୁପକ୍ଷ, ଦ୍ୱିପାକ୍ଷୀକ ବୁଝାମଣା ଫଳଶୂନ୍ୟ

ଯୋଡା: ୨୦୦୪ ଅଗଷ୍ଟ ୬ରେ ମୋହାନ୍ତି କାରୁଆ ନାମକ ବରିଷ୍ଠ ସଫେଇ କର୍ମଚାରୀଙ୍କ ବିଲେଇପଦା ଟାଟାସ୍ପଞ୍ଜ କାରଖାନା ପରିସରରେ କାର୍ଯ୍ୟରତ ଅବସ୍ଥାରେ ସନ୍ଦେହଜନକ ମୃତ୍ୟୁ, ପରିବାର ସଭ୍ୟଙ୍କ ଅଜାଣତରେ ୭ ଅଗଷ୍ଟ ରାତିରେ ଶବ ବ୍ୟବଚ୍ଛେଦ ଏବଂ ପରିବାରକୁ ମୃତ ଶରୀର ହସ୍ତାନ୍ତର ଓ ଘଟଣାର ୧୫ ବର୍ଷ ପରେ ତିନି ମାସ ମଧ୍ୟରେ ଆର୍ଥିକ କ୍ଷତିପୂରଣ ପ୍ରଦାନ ଓ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରସଙ୍ଗରେ ପୀଡିତ ପରିବାରଙ୍କୁ ରୀତିମତ ପ୍ରତାରଣା କରାଯାଇଥିବା ଘଟଣା ଆଜିର ଦିନରେ ଜାତୀୟ ବିତର୍କ ହୋଇଥିଲେ ମଧ୍ୟ ଏକଛତ୍ରବାଦ କାରଖାନା କର୍ତ୍ତୁପକ୍ଷ ଏହାକୁ ନିଜର ଇଛାଧିନ ପ୍ରସଙ୍ଗରେ ପରିଣତ କରିଥିବାର ଖବର ମିଳିଛି।

ମୃତକଙ୍କ ବେୱା ବିଳାସୀ କାରୁଆ ଦୀର୍ଘ ୧୫ ବର୍ଷ ହେଲା ଟାଟାସ୍ପଞ୍ଜ କାରଖାନା କର୍ତ୍ତୁପକ୍ଷଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ ଫଳ ଶୂନ ଥିବା ଜଣାପଡିଛି। ବିକଳ୍ପ ପନ୍ଥା ସରୂପ ଏହି ଦୁଇ ଦାବି ହାସଲ ନିମନ୍ତେ ଚଳିତ ବର୍ଷ ଅପ୍ରେଲ ୧୫ ତାରିଖରେ ପୀଡିତା ପରିବାର ପକ୍ଷରୁ କାରଖାନା କର୍ତ୍ତୁପକ୍ଷଙ୍କୁ ଏକ ମାସର ମହଲତ ଦେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ତେବେ କାରଖାନା କର୍ତ୍ତୁପକ୍ଷଙ୍କ ଏଭଳି ସମ୍ବେଦନଶୀଳ ଘଟଣା ପ୍ରସଙ୍ଗରେ ବେପରୁଆ ମନୋଭାବ କାରଣରୁ ନିରାଶ୍ରୟ ପରିବାର ନିର୍ଘଣ୍ଟ ଦିନ ଅର୍ଥାତ ଚଳିତ ବର୍ଷ ମେ ମାସ ୧୬ ତାରିଖରୁ କ୍ରମାଗତ ୪୩ ଦିନ ଧରି ବିଲେଇପଦାସ୍ଥିତ ଟାଟାସ୍ପଞ୍ଜ କାରଖାନା ଫାଟକ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟରେ ସାମିଲ ଥିବା ଜଣାପଡିଛି। ମାନବୀୟ ଦୃଷ୍ଟିକୋଣ ହେଉ ଅବା ବାଧ୍ୟବାଧ୍ୟକତାରେ ହେଉ, ଜିଲା ପ୍ରଶାସନ ଘଟଣାର ୪୨ ଦିନ ପରେ ଘଟଣାରେ ହସ୍ତକ୍ଷେପ କରି ପୀଡିତା ପରିବାର ଓ କାରଖାନା କର୍ତ୍ତୁପକ୍ଷଙ୍କ ମଧ୍ୟରେ ଏକ ବୁଝାମଣାର ସୂତ୍ର ବାହାର କରିବାକୁ ପ୍ରୟାସ କରିଥିବା ଜଣାପଡିଛି।

- Advertisement -

କେନ୍ଦୁଝର ଜିଲାପାଳଙ୍କ ନିର୍ଦ୍ଦେଶରେ ଯୋଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାୟିତ୍ୱରେ ଥିବା ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରାଙ୍କ ମଧ୍ୟସ୍ଥିତାରେ ଗୁରୁବାର ଅପରାହ୍ନ ୩ଟାରେ ଆନ୍ଦୋଳନକାରୀ ପରିବାର ଓ ବିଲେଇପଦା ଟାଟାସ୍ପଞ୍ଜ କାରଖାନା ୟୁନିଟ୍‍ ହେଡ୍‍ଙ୍କ ମଧ୍ୟରେ ଯୋଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆହୂତ ଦ୍ୱିପାକ୍ଷିକ ବୁଝାମଣା ବିଫଳ ହୋଇଥିବା ଜଣାପଡିଛି। କାରଖାନାର ନିଷ୍ପତ୍ତି ଗ୍ରହଣକାରୀ ଅଧିକାରୀ ବା ୟୁନିଟ୍‍ ମୁଖ୍ୟ ରୂପେ ଜଣାଶୁଣା ପରିଚାଳନା ନିର୍ଦ୍ଦେଶକ ବା ତାଙ୍କ ଅନୁପସ୍ଥିତିରେ କାରଖାନାର ସିଓଓଙ୍କ ପରିବର୍ତ୍ତେ ଜଣେ ଅବସରପ୍ରାପ୍ତ ବିଭାଗୀୟ ସୁରକ୍ଷା ଅଧିକାରୀଙ୍କ ସମେତ ମାନବ ସମ୍ବଳ,ବିତ୍ତ,ଲିଗାଲ ଓ କର୍ପୋରେଟ୍‍ କମ୍ୟୁନିକେସନ ଅଧିକାରୀ ସମୂହ ଏହି ଗୁରୁତଚ୍ୱପୂର୍ଣ୍ଣ ଆଲୋଚନାଚକ୍ରରେ ନାମକୁ ମାତ୍ର ସାମିଲ ହୋଇଥିବା ଘଟଣା ଜିଲ୍ଲାପାଳଙ୍କ ଆଦେଶର ଖୋଲାଖୋଲି ଚ୍ୟାଲେଞ୍ଜ ବୋଲି ସାଧାରଣରେ ବିବେଚନା କରାଯାଉଛି। ଏପରିକି ଖୋଦ ଜିଲ୍ଲାପାଳ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ନହେବା ଘଟଣା ଧର୍ମଘଟକାରୀ ପରିବାରଙ୍କ ପ୍ରତି ଚରମ ଉପେକ୍ଷା ବୋଲି ସାଧାରଣରେ ଆଲୋଚନା ହେଉଛି। ବୈଠକରେ ସାମିଲ ଥିବା କାରଖାନାର ନିଷ୍ପତ୍ତି ଗ୍ରହଣ କରିପାରୁନଥିବା ଏହି ଅଧିକାରୀ ଗୋଷ୍ଠୀ ଚିର ଚରିତ ଡଙ୍ଗରେ କେବଳ ପୁରୁଣା ପାଠର ପୁନରାବୃତ୍ତି କରିଥିବା ସମୟରେ ପୀଡିତା ପରିବାର ତାଙ୍କ ମୂଳ ଦାବିରେ ଅଟଳ ଥିବାରୁ ଏହି ଆଲୋଚନାରେ କୌଣସି ନିର୍ଯ୍ୟାସ ବାହାରିପାରିନଥିବାର ଜଣାପଡିଛି।

ପୀଡିତା ପରିବାରଙ୍କ ପକ୍ଷରୁ ବେୱା ବିଳାସୀଙ୍କ ସମେତ ତାଙ୍କ ପୁଅ ଦୀପକ, ଝିଅ ସୁଭଦ୍ରା ଓ ଯୋଡା କାରୁଆ ସମାଜ ମୁଖ୍ୟ ରଥ କାରୁଆ ଏହି ଆଲୋଚନା ବୈଠକରେ ସାମିଲ ହୋଇଥିଲେ। ତେବେ ବୈଠକ ପରେ ଅଂଶଗ୍ରହଣକାରୀ କାରଖାନା କର୍ତ୍ତୁପକ୍ଷ ନିଷ୍ପତ୍ତି ଗ୍ରହଣକାରୀ ଅଧିକାରୀ ପର୍ଯ୍ୟାୟଭୁକ୍ତ ନୁହଁନ୍ତି ବୋଲି ପ୍ରକାଶ କରିଥିବା ସମୟରେ ପୀଡିତା ବିଳାସୀ କାରୁଆ ସମ୍ପୃକ୍ତ ଦୁଇଟି ବୈଧ ଦାବି ହାସଲ ପର୍ଯ୍ୟନ୍ତ ଗଣତାନ୍ତ୍ରିକ ଉପାୟରେ ତାଙ୍କର ପ୍ରଦର୍ଶନ ଅବ୍ୟାହତ ରଖିବେ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories