www.samajalive.in
Monday, December 15, 2025
14.1 C
Bhubaneswar

‘ମାଓବାଦୀ ମୁକାବିଲାରେ ରାଜ୍ୟ ପୁଲିସର ଭଲ ପ୍ରଦର୍ଶନ ଯୋଗୁଁ ସେମାନଙ୍କର ବିସ୍ତାର ଏବଂ ପ୍ରଭାବ ହ୍ରାସ ପାଇଛି’

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ ଠାରେ ୭ମ ବ୍ୟାଚ ଡିଏସପି (ପ୍ରୋବେସନର) ଏବଂ ୧୧ତମ ବ୍ୟାଚ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଯୋଗ ଦେଇ ଦେଶ, ସମାଜ ତଥା ସାଧାରଣ ଜନତାଙ୍କୁ ଉପଯୁକ୍ତ ସେବା, ସୁରକ୍ଷା ଏବଂ ନିରାପତ୍ତା ପ୍ରଦାନ କରିବା ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରତିକୂଳ ପରିସ୍ଥିତି ସମୟରେ ସାଧାରଣ ଜନତାଙ୍କ ପ୍ରତି ସହାନୁଭୁତି, ଦୟା ଏବଂ ପରୋପକାର ମନୋଭାବ ପ୍ରଦର୍ଶନ କରିବାକୁ ଆରକ୍ଷୀ ମହାନିର୍ଦେଶକ ମତପ୍ରକାଶ କରିଛନ୍ତି। ଏକ ନୂତନ ଆଶା, ଉତ୍ସାହ ଏବଂ ଉଦ୍ଦୀପନାର ସହ କାର୍ୟ୍ୟ କ୍ଷେତ୍ରରେ ଯୋଗଦେଇ ରାଜ୍ୟ ପୁଲିସ ପାଇଁ ସୁନାମ ଆଣିବାକୁ ଡିଜିପି ଶ୍ରୀ ବଂସଲ କ୍ୟାଡେଟ ମାନଙ୍କ ଉଦ୍ଦେଶ୍ୟରେ ମତବ୍ୟକ୍ତ କରିଥିଲେ।

ମହିଳା ଏବଂ ଶିଶୁଙ୍କ ବିରୋଧରେ ଘଟୁଥିବା ଅପରାଧକୁ ସଂବେଦନଶୀଳତା ଓ ନିରପେକ୍ଷତାର ସହ କାର୍ଯ୍ୟ କରିବାକୁ ପୁଲିସ ମହାନିର୍ଦେଶକ ପରାମର୍ଶ ଦେଇଛନ୍ତି । ମାଓବାଦୀ ମୁକାବିଲାରେ ରାଜ୍ୟ ପୁଲିସର ଭଲ ପ୍ରଦର୍ଶନ ଯୋଗୁଁ ସେମାନଙ୍କର ବିସ୍ତାର ଏବଂ ପ୍ରଭାବ ହ୍ରାସ ପାଇଛି । ତଥାପି ଆଗାମୀ ଦିନରେ ନେତୃତ୍ବନେଇ ପ୍ରଭାବିତ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାଙ୍କ ହୃଦୟ ଜିତିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଡିଜିପି ଆହ୍ବାନ ଦେଇଥିଲେ ।

- Advertisement -

ରାଜ୍ୟ ସରକାରଙ୍କ ଦ୍ବାରା ପ୍ରତ୍ୟକ୍ଷ ଡିଏସପି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେଉଛି ଏବଂ ଭବିଷ୍ୟତରେ ଏହି ଅଧିକାରୀମାନେ ପୁଲିସ ବିଭାଗର ନେତୃତ୍ବର ଦାୟିତ୍ବକୁ ସୂଚାରୁରୂପେ ସମ୍ପାଦନ କରିବେ ବୋଲି ପୁଲିସ ମହାନିର୍ଦେଶକ ଶ୍ରୀ ବଂଶଲ ଆଶାବ୍ୟକ୍ତ କରିଛନ୍ତି । ଏହି ଏକାଡେମୀରୁ ପାସ କରିଥିବା ପୂର୍ବ ବ୍ୟାଚର ଡିଏସପିମାନେ ବୃତ୍ତିଗତ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି ବୋଲି ଡିଜିପି କହିଥିଲେ । ରାଜ୍ୟ ସରକାର ପୁଲିସ ନିଯୁକ୍ତି ବୋର୍ଡ ଗଠନ କରି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ୨୦୨୩ ମସିହାରେ ୪୬୦୦ରୁ ଅଧିକ କନେଷ୍ଟବଳଙ୍କୁ ନିଯୁକ୍ତ ହୋଇଛନ୍ତି ଏବଂ ସେମାନଙ୍କ ତାଲିମ ଶେଷ ପରେ ପୁଲିସ ଫୋର୍ସରେ ଖୁବଶୀଘ୍ର ଯୋଗଦେବାକୁ ଯାଉଛନ୍ତି ବୋଲି ସେ କହିଥିଲେ । ସେହିପରି ୪୭୦ ସବ୍-ଇନ୍ସପେକ୍ଟରଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ବୋଲି ପୁଲିସ ମହାନିର୍ଦେଶକ ଶ୍ରୀ ବଂସଲ ସୂଚନା ଦେଇଥିଲେ ।

ସାରା ଭାରତ ବର୍ଷରେ ବିଜୁପଟ୍ଟନାୟକ ଷ୍ଟେଟ ପୋଲିସ ଏକାଡ଼େମୀର ସ୍ବତନ୍ତ୍ର ପରିଚୟ ସମ୍ପର୍କରେ ପୁଲିସ ମହାନିର୍ଦେଶକ ଶ୍ରୀ ବଂଶଲ ମତବ୍ୟକ୍ତ କରିବା ସହ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏହି ପୁଲିସ ଏକାଡେମୀ ଆଦର୍ଶ ପାଲଟିଛି ବୋଲି କହିଥିଲେ । ୨୦୨୦-୨୧ ମସିହାରେ ଶ୍ରେଷ୍ଠ ପୁଲିସ ତାଲିମକେନ୍ଦ୍ର ଭାବେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଟ୍ରଫି ହାସଲ କରି ଏକ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି । ଏହି ଏକାଡ଼େମୀରେ ପ୍ରଦାନ କରାଯାଇଥିବା ତାଲିମ ଆଗାମୀ ଦିନରେ ନବନିଯୁକ୍ତ ଅଧିକାରୀ ମାନଙ୍କୁ ଆହୁରି ଦାୟିତ୍ଵବାନ ଏବଂ କର୍ତ୍ତବ୍ୟ ସମ୍ପାଦନ କରିବାରେ ସହାୟକ ହେବ ବୋଲି ଡିଜିପି ଆଶବ୍ୟକ୍ତ କରିଥିଲେ ।

ଏହି ଦୀକ୍ଷାନ୍ତ ସମାରୋହରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀର ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀ, ଆଇଜିପି ଶ୍ରୀମତୀ ସାଇନି ଏସ୍ ଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ପଦଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଡିଏସପି (ପ୍ରୋବେସନର)ଏବଂ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରଙ୍କ ଦ୍ଵାରା ଚିତ୍ତାକର୍ଷକ ପ୍ୟାରେଡ ପ୍ରଦର୍ଶନ କରାଯାଇଥିଲା କ୍ଷ ଟ୍ରେନିଂ ସମୟରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବାଡିଏସପି (ପ୍ରୋବେସନର)ସୁଚିସ୍ମିତା ଦାସ, ଲରେନ ରାଉତରାୟ, ପ୍ରଦୋଷ ପ୍ରଧାନ, ପିପି ଶୁଭ୍ରଜିତ ବିଶ୍ବାଳ, ମେରଶୀ ରାଣୀ ପୂର୍ତ୍ତିଙ୍କୁ ଡିଜିପି ସମ୍ବର୍ଦ୍ଧିତ କରିଥିଲେ। ସେହିପରି କ୍ୟାଡେଟ୍ ସବ୍-ଇନ୍ସପେକ୍ଟର ସସ୍ମିତା ବେହେରା, କାଜଲ ବାଗ, ପ୍ରିୟଙ୍କା ସାହୁ, ସୁରଜ କଂସାରଲି, ପ୍ରିୟଦର୍ଶିନୀ ବରାଳ, ହେମାରାଣୀ ଶର୍ମା, ସୁଜିତ କୁମାର ମହାନ୍ତ, ଶୁଭକାନ୍ତ ସ୍ବାଇଁ, ସମୀର ଶେଖର ଜୟସିଂଙ୍କୁ ଡିଜିପି ଟ୍ରଫି ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories