www.samajalive.in
Sunday, December 14, 2025
19.1 C
Bhubaneswar

ଆରଏସଏସ୍ ସମ୍ପର୍କରେ ଗୁଇନ୍ଦା ତଥ୍ୟ ସଂଗ୍ରହ ଲାଗି ବିହାର ପୁଲିସର ନିର୍ଦେଶକୁ ନେଇ ବିବାଦ

ପାଟନା : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ୍‌) ଓ ଏହାର ଅନୁବନ୍ଧିତ ସଂଗଠନର କାର୍ଯ୍ୟକାଳପ ସମ୍ପର୍କରେ ଗୁଇନ୍ଦା ତଥ୍ୟ ସଂଗ୍ରହ ଲାଗି ବିହାର ପୁଲିସର ନିର୍ଦେଶକୁ ନେଇ ବିବାଦ ଦେଖାଯାଇଛି। ବିହାରରେ ବିଜେପି-ଜେଡିୟୁ ମେଣ୍ଟ ସରକାର ଥିବାବେଳେ ପୁଲିସର ଏପରି ନିର୍ଦେଶକୁ ନେଇ ବିଜେପି କ୍ଷୁବ୍ଧ ହୋଇଛି। ନୀତୀଶ କୁମାର ମେଣ୍ଟ ସରକାରର ନେତୃତ୍ବ ନେଉଥିବାବେଳେ ତାଙ୍କ ପାଖରେ ଗୃହ ବିଭାଗ ରହିଛି। ତେଣୁ ନୀତୀଶଙ୍କ ନିର୍ଦେଶରେ ପୁଲିସର ଏପରି କାର୍ଯ୍ୟ ରାଜ୍ୟ ବିଜେପି ନେତାଙ୍କୁ ଚକିତ କରିଛି। ମେ ୨୮ ତାରିଖରେ ରାଜ୍ୟ ପୁଲିସର ସ୍ବତନ୍ତ୍ର ଶାଖା ଲେଖିଥିବା ଚିଠିରେ ଆରଏସଏସ ଓ ଏହାର ଅନୁବନ୍ଧିତ ୧୯ଟି ସଂଗଠନର କାର୍ଯ୍ୟକର୍ତ୍ତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଛି। ସଂଘର ଜିଲାସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କର ନାମ, ଠିକଣା, ଫୋନ ନମ୍ବର ଓ ବୃତ୍ତି ଭଳି ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରି ୭ଦିନ ମଧ୍ୟରେ ରିପୋର୍ଟ କରିବାକୁ କୁହାଯାଇଛି। ପୁଲିସର ଏପରି ନିର୍ଦେଶକୁ ନେଇ ବିଜେପି ବିଧାୟକ ସଚ୍ଚିଦାନନ୍ଦ ରାୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନିଜ ଉଦ୍ଦେଶ୍ୟ ବାବଦରେ ସଚେତନ ରହିବା ଦରକାର। ରାଜ୍ୟ ବିଜେପି ଉପାଧ୍ୟକ୍ଷ ମିଥିଳେଶ ତିୱାରି କହିଛନ୍ତି ଯେ ଦେଶ ପାଇଁ ନିସ୍ବାର୍ଥପର ଭାବେ କାର୍ଯ୍ୟ କରୁଥିବା ଆରଏସଏସ ଉପରେ ଏପରି ଗୁଇନ୍ଦା ନଜର ରଖାଯିବା ଆଶ୍ଚର୍ଯ୍ୟର ବିଷୟ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories