www.samajalive.in
Sunday, December 14, 2025
23.1 C
Bhubaneswar

ଡୋକଲାମ ବିବାଦରେ ଉଭୟ ଦେଶ ସଂଯମତା ରକ୍ଷା କରିଥିଲେ: ରାଜନାଥ

ନୂଆଦିଲ୍ଲୀ : ସିକ୍କିମର ସୀମାନ୍ତ ଡୋକଲାମକୁ ନେଇ ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଦୁଇ ଦେଶର ସଂଯମତା ଯୋଗୁଁ ଏହାକୁ ଶାନ୍ତିପୂର୍ଣ୍ଣ ସମାଧାନ କରାଯାଇପାରିଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ବୁଧବାର ରାଜନାଥ ଲୋକସଭାରେ କହିଛନ୍ତି ଯେ ଡୋକଲାମକୁ ନେଇ ୨୦୧୭ରେ ଭାରତ-ଚୀନ ସୈନିକ ୭୩ ଦିନ ଧରି ମୁହଁାମୁହିଁ ​‌େ​‌ହାଇଥିଲେ ମଧ୍ୟ ଯୁଦ୍ଧ ହୋଇ ନଥିଲା। ସୀମାନ୍ତରେ ଶାନ୍ତି ଓ ସହାବସ୍ଥାନ ବଜାୟ ଲାଗି ଦୁଇଦେଶ ବଦ୍ଧପରିକର ଥିବାରୁ ଯୁଦ୍ଧକୁ ଏଡା ଯାଇଥିଲା। କେବଳ ଡୋକଲାମ; ନୁ‌େହଁ ପ୍ରତ୍ୟେକ ପରିସ୍ଥିତିରେ ଶାନ୍ତି ବଜାୟ ରଖିବାକୁ ଉଭୟ ଦେଶର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଚୀନ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ପ୍ରସଙ୍ଗରେ ରାଜନାଥ ଏହା କହିଛନ୍ତି। ଭାରତର ସାର୍ବଭୌମତ୍ବ ଓ ସୁରକ୍ଷା ବଜାୟ ରଖିବା ଲାଗି ଚୀନ ସୀମାରେ ରାସ୍ତା, ସୁଡଙ୍ଗ, ରେଳ ଲାଇନ ଓ ବିମାନ ଘାଟି ଭଳି ଭିତ୍ତିଭୂମି ନିର୍ମାଣ କରାଯାଉଥିବା ସେ କହିଛନ୍ତି। ନିକଟରେ ଚୀନର ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲା। ଗ୍ଲୋବାଲ ଟାଇମ୍ସ ଲେଖିଥିଲା ଯେ ଡୋକଲାମ ବିବାଦର ସମାଧାନରେ ମୋଦୀ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସିକ୍କିମକୁ ଲାଗି ରହିଥିବା ଚୀନ ଓ ଭୁଟାନର ବିବାଦୀୟ ଅଞ୍ଚଳ ଡୋକଲାମକୁ ନେଇ ୨୦୧୭ ଜୁନ ୧୬ରୁ ବିବାଦ ଆରମ୍ଭ ହୋଇଥିଲା। ଚୀନ ସେନାର ରାସ୍ତା ନିର୍ମାଣକୁ ଭାରତ ବିରୋଧ କରିବାରୁ ବିବାଦ ହୋଇଥିଲା।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories