www.samajalive.in
Saturday, December 6, 2025
14.1 C
Bhubaneswar

ବ୍ୟକ୍ତିଙ୍କୁ ଦଂଶନ କଲା ସାପ, ସାପକୁ କାମୁଡିଲେ ବ୍ୟକ୍ତି; ଜାଣନ୍ତୁ କାହାର ହେଲା ମୃତ୍ୟୁ..

ପାଟନା : ସାପ ଦଂଶନରେ ମନୁଷ୍ୟ ମୃତ୍ୟୁର ଅନେକ ଖବର ଶୁଣି ଥିବେ। ମାତ୍ର ଏବେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ହଇଚଇ ସୃଷ୍ଟି କରିଛି। ବିହାରର ଜଣେ ବ୍ୟକ୍ତିଙ୍କୁ ସାପ ଦଂଶନ କରିଥିଲା, ଏହାପରେ ବ୍ୟକ୍ତି ଜଣକ ମଧ୍ୟ ସାପକୁ କାମୁଡି ଦେଇ ଥିଲେ। ପରେ ସାପଟି ମରି ଯାଇଥିବା ଜଣାପଡିଛି। ନବାଦା ନିବାସୀ ସନ୍ତୋଷ ଲୋହାର ରେଲୱେ ଲାଇନ କାମ କରି ନିଜ କ୍ୟାମ୍ପରେ ଶୋଇଥିଲେ। ସେହି ସମୟରେ ସାପ ତାଙ୍କୁ ଦଂଶନ କରିଥିଲା। ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ଯେ ସାପକୁ କାମୁଡିବା ପରେ ତାହାର ବିଷ ପ୍ରଭାବହୀନ ହୋଇଯାଏ। ୩୫ ବର୍ଷୀୟ ବ୍ୟକ୍ତି ଜଣକ ଏପରି କରିଥିଲେ। ଏହାପରେ ସାପକୁ ୨ ଥର କାମୁଡି ଦେଇ ଥିଲେ। ସନ୍ତୋଷ ଏପରି କରିବା ପରେ ସାପଟିର ମୃତ୍ୟୁ ହୋଇ ଯାଇଥିଲା। ମାତ୍ର ସନ୍ତୋଷଙ୍କର ଜୀବନ ମଧ୍ୟ ବିପଦରେ ପଡି ଯାଇଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି। ସନ୍ତୋଷଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି।

ଆସିଲା ବଡ ଖବର; ନିଟ୍ ୟୁଜି କାଉନସେଲିଂ ସ୍ଥଗିତ


ଏହାପୂର୍ବରୁ ଉତ୍ତରପ୍ରଦେଶର ଫତେହପୁରର ଜଣେ ବ୍ୟକ୍ତିଙ୍କୁ ପ୍ରାୟ ଦୁଇ ମାସ ମଧ୍ୟରେ ପାଞ୍ଚ ଥର ସାପ ଦଂଶନ କରିଥିଲା। ମାତ୍ର ତାଙ୍କ ଜୀବନ ମଧ୍ୟ ବଞ୍ଚି ଯାଇଛି। ଏହାକୁ ନେଇ ଡାକ୍ତର ମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସାପ ତାଙ୍କୁ ଜୁନ୍ ୨, ଜୁନ୍ ୧୦ ଏବଂ ଜୁନ୍ ୧୭ ରେ ଏବଂ ଜୁଲାଇରେ ଦୁଇଥର ଦଂଶନ କରିଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ଡାକ୍ତରମାନେ ଏହି ମାମଲାକୁ ଅଜବ ବୋଲି ବିବେଚନା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories