www.samajalive.in
Tuesday, November 18, 2025
27.1 C
Bhubaneswar

କୁସୁମା ବଙ୍ଗଳା ବିବାଦ; ଜିଲ୍ଲାପାଳ କହିଲେ ବେଆଇନ ଭାବେ ହୋଇଛି ନିର୍ମାଣ

ଯାଜପୁର: କୁସୁମାରେ ନିର୍ମାଣ ହୋଇଥିବା ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ଯାଜପୁର ଜିଲ୍ଲାପାଳଙ୍କ ବଡ ବୟାନ । ନିର୍ମାଣ ହୋଇଥିବା ବଙ୍ଗଳା ବେଆଇନ ବୋଲି ଜିଲ୍ଲାପାଳ କହିଛନ୍ତି । ତୁରନ୍ତ ଏହାର ପରିଚାଳନା ନେଇ ପ୍ରଶାସନ ପକ୍ଷରୁ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ କୁସୁମାରେ ଥିବା ଏହି ବଙ୍ଗଳାକୁ ନେଇ ସ୍ପଷ୍ଟିକରଣ ରଖିଛି ପୌରପାଳିକା । ସାମ୍ବାଦିକ ସମ୍ମିଳନୀରେ ପୌରପାଳିକା କର୍ତ୍ତୃପକ୍ଷ କହିଛନ୍ତି ଯେ କୁସୁମା ପାର୍ଶ୍ବରେ ଥିବା ୯ଟି ବଙ୍ଗଳା କ୍ରୀଡା ବିଭାଗ ଅଧୀନରେ ରହିଛି । ଭିତ୍ତିଭୂମିର ଉନ୍ନତି ପାଇଁ ପର୍ଯ୍ୟାୟକ୍ରମେ ୨ଏକର ୪୧ ଡିସିମିଲ୍‍ ଜାଗା ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗକୁ ପ୍ରଦାନ କରାଯାଇଥିଲା । ସେହି ଜମିରେ ସୁଇମିଂ ପୁଲ ଓ ସ୍ପୋର୍ଟ୍ସ କଂପ୍ଲେକ୍ସ ସହ ୯ଟି ସ୍ପୋର୍ଟ୍ସ ବଙ୍ଗଳା ନିର୍ମାଣ କରାଯାଇଛି । ପୌରପାଳିକା କେବଳ ଜମି ଯୋଗାଇ ଦେଇଛି, କୌଣସି ଆର୍ଥିକ ସହାୟତା ଦିଆଯାଇନାହିଁ । ପୌରପାଳିକାର ସ୍ପଷ୍ଟୀକରଣ ପରେ ଜିଲ୍ଲା ପ୍ରଶାସନ ମଧ୍ୟ ସ୍ପଷ୍ଟୀକରଣ ଦେଇଛି । ପ୍ରଶାସନ କହିଛି ଯେ କ୍ରୀଡା ବିଭାଗ ପକ୍ଷରୁ ବଙ୍ଗଳା ପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରାଯାଇନାହିଁ ।

Hot this week

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

ଗୁରୁବାର ଶପଥ ନେବେ ନୀତିଶ

ସମାଜ ଲାଇଭ ଡ଼େସ୍କ : ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ...

୫୦ କୋଟିରେ ତିଆରି ହେଲା ମୁଖ୍ୟାଳୟ, ବୈଠକ ଗୃହ କରିବାକୁ ଭୁଲିଗଲେ

ସମାଜଲାଇଭ ଡେସ୍କ: ୫୦ କୋଟି ଖର୍ଚ୍ଚ କରି ମୁଖ୍ୟାଳୟ ତିଆରି କଲେ।...

Related Articles

Popular Categories