www.samajalive.in
Monday, December 15, 2025
14.1 C
Bhubaneswar

ବିହାରରୁ ବିଜେପିକୁ ଟାର୍ଗେଟ କଲେ କହ୍ନେୟା କୁମାର, କହିଲେ ମୋତେ ଦେଶଦ୍ରୋହୀ କହିଲେ ବିଜେପିରେ ସାମିଲ ହୋଇଯିବି

ପାଟଣା : ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଅକ୍ଟୋବର ୨୮ରେ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ପାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବା ସହ ପ୍ରଚାର ଆରମ୍ଭ କରିଦେଲେଣି । ଏହାରି ମଧ୍ୟରେ ଗତକାଲି ବଖେରୀ ଏବଂ ତେଗଡା ଆସନରୁ ସିପିଆଇ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ସମୟରେ ଜେଏନୟୁ ଛାତ୍ର ସଂଗଠନର ପୂର୍ବତନ ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ମଧ୍ୟ ମଧ୍ୟ ଉପସ୍ଥିତ ଥିଲେ । ନାମାଙ୍କନପତ୍ର ଦାଖଲ ପରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କହ୍ନେୟା କୁମାର ବିଜେପିକୁ କଡା ଭାଷାରେ ସମାଲୋଚନା କରିଛନ୍ତି । କହ୍ନେୟା କହିଛନ୍ତି ଯେ କହ୍ନେୟା କହିଛନ୍ତି ଯେ ଯେତେବେଳେ ଜ୍ୟୋତିରାଦିତ୍ୟ ସିନ୍ଧିୟା କଂଗ୍ରେସରେ ଥିଲେ ସେତେବେଳେ ବିଜେପି ତାଙ୍କୁ ଜଣେ ଖରାପ ବ୍ୟକ୍ତି କହୁଥିଲା । ଆଉ ଯେତେବେଳେ ସେ ବିଜେପି ଗଲେ ସେତେବେଳେ ସେ ପୂରା ଶୁଦ୍ଧ ହୋଇଗଲେ । ସେହିପରି ଭାବେ ମୋତେ ମଧ୍ୟ ବିଜେପି ସବୁବେଳେ ଦେଶଦ୍ରୋହୀ, ଦେଶଦ୍ରୋହୀର ଆଖ୍ୟା ଦେଇଚାଲିଛି ତାହାଲେ ମୁଁ ଯଦି ବିଜେପିକୁ ଚାଲିଯିବି । ତା’ପରେ ମୋ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗ ମଧ୍ୟ ଧୋଇଯିବ । ଆଉ ମୁଁ ଶୁଦ୍ଧ ହୋଇଯିବି ।

କହ୍ନେୟା କୁମାର ଆହୁରୀ ମଧ୍ୟ କହିଛନ୍ତି ଯେ ୨୦୧୫ ବିଧାନସଭା ନିର୍ବାଚନରେ ​​ଲୋକମାନେ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ), ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ ଗ୍ରାଣ୍ଡ ଆଲାଇନ୍ସ କଂଗ୍ରେସକୁ ଭୋଟ ଦେଇଥିଲେ ଏବଂ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ହ୍ୟାକ୍ କରିନେଲା । ପରିଣାମ ସ୍ୱରୂପ ଜନସାଧାରଣ ଠକାମୀରେ ପଡ଼ିଲେ । ନିର୍ବାଚନ ପୂର୍ବରୁ ଲୋକମାନେ କହୁଥିଲେ ଯେ ଇଭିଏମ୍ ହ୍ୟାକ୍ ହୋଇଛି, କିନ୍ତୁ  ବିଜେପି ଏଠାରେ ମୁଖ୍ୟମନ୍ତ୍ରୀଙ୍କୁ ହ୍ୟାକ୍ କରିନେଲା । କିନ୍ତୁ ବର୍ତ୍ତମାନ ଜନସାଧାରଣ ବୁଝି ଯାଇଛନ୍ତି । ଜନସାଧାରଣ ବିକାଶ ପାଇଁ ଭୋଟ୍ ଦେବେ ଠକ ଲୋକଙ୍କ ଠକାମୀରେ ରେ ନୁହେଁ ।  ଚଳିତ ନିର୍ବାଚନରେ ​​ବିହାର ଜନତା ଏପରି ଲୋକଙ୍କୁ ବାଛିବା ଦରକାର ଯିଏ ନିର୍ବାଚନ ପରେ କାହା ଦ୍ବାରା ହ୍ୟାକ୍ ହେବ ନାହଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories