ଭୁବନେଶ୍ବର: ରାଜ୍ୟରେ ଦୁଇଟି ବିଧାନସଭା ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପନିର୍ବାଚନ ନଭେମ୍ବର ୩ରେ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନୀ ପାଇଁ ସମସ୍ତ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ଚଳିତ ବିଧାନସବା ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରଥମ ସ୍ଥାନକୁ ଯିବା ପାଇଁ ଯୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଜିଲା ଯୁବ କଂଗ୍ରେସ କମିଟି ପକ୍ଷରୁ ତିର୍ତ୍ତୋଲ ନିର୍ବାଚନ ପ୍ରଚାର ପାଇଁ ୨୭ ଜଣଙ୍କ ନାମ ଘୋଷଣା କରିଥିବା ବେଳେ ସୋସିଆଲ ମଡିଆ ଦାୟିତ୍ବ ୧୧ ଜଣଙ୍କୁ ଦେଇଛି। ଏ ନେଇ ଜିଲା ସଭାପତି ପ୍ରଶନ୍ନ ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପ୍ରଚାର କମିଟିରେ ସଂଯୋଜକ ଦାୟିତ୍ବ କେଦାରନାଥ ଦଳାଇକୁ ଦଳ ନ୍ୟସ୍ତ କରିଛି। ସେହିପରି ଜଗତସିଂହପୁର ଜିଲାର ଲୋକପ୍ରିୟ ଯୁବ କଂଗ୍ରେସ ନେତା ସାରଦା ମହାନ୍ତିଙ୍କୁ ସ୍ଥାନ ମିଳିଛି।

ସୂଚନା ଅନୁଯାୟୀ, କଂଗ୍ରେସ ତିର୍ତ୍ତୋଲ ବିଧାନସଭା ଆସନରେ ଦଳ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା କରିଛି।



