ରାଜନୀତିକୁ ଓହ୍ଲାଇବେ ବିହାର ଡିଜିପି

ପାଟନା : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଅଧିକ ଚର୍ଚ୍ଚିତ ଥିବା ବିହାର ପୁଲିସ ଡିଜି ଗୁପ୍ତେଶ୍ବର ପାଣ୍ଡେଙ୍କ ରାଜନୈତିକ ଅଭିଳାଷ ସମ୍ମୁଖକୁ ଆସିଛି। ରାଜପୁତଙ୍କୁ ନ୍ୟାୟ ଦେବା ତାଙ୍କର ଉ​‌େ​‌ଦ୍ଦଶ୍ୟ ବୋଲି କହୁଥିବା ପାଣ୍ଡେ ସମ୍ପ୍ରତି ରାଜ୍ୟ​‌େ​‌ର ସାମାଜିକ ଗଣମାଧ୍ୟମ ହୀରୋ ପାଲଟି ଯାଇଛନ୍ତି। ସେ ଖୁବ୍‌ ଶୀଘ୍ର ପୁଲିସ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ରାଜନୀତିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଏହି ୧୯୮୭ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ପୂର୍ବରୁ ୨୦୦୯ରେ ଏଭଳି ଯୋଜନା କରିଥିଲେ। ସେ ଚାକିରିରୁ ଅବସର ନେଇ ବସ୍କର ଆସନରୁ ବିଜେପି ଟିକଟରେ ଲୋକସଭା ନିର୍ବାଚନ ଲଢ଼ିବା ଯୋଜନା କରିଥିଲେ; କିନ୍ତୁ ଏହା ଚରିତାର୍ଥ ହୋଇପରି ନ ଥିଲା। ତାଙ୍କୁ ବିଜେପି ଟିକଟ ନ ଦେବାରୁ ସେ ନିଜ ଯୋଜନାକୁ ସ୍ଥଗିତ ରଖିଥିଲେ। ସ୍ବେଚ୍ଛାକୃତ ଅବସର ଆବେଦନକୁ ସେ ଦୀର୍ଘ ୯ ମାସ ପରେ ପ୍ରତ୍ୟାହାର କରିନେଇଥିଲେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କୁ ପୁନର୍ବାର ପୁଲିସ ସେବା କ୍ଷେତ୍ରରୁ ଫେରାଇ ଆଣିବା ସହ ପରବର୍ତ୍ତୀ ସମୟରେ ୨୦୧୯ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଡିଜି ନିଯୁକ୍ତ କରିଥିଲେ। ପାଣ୍ଡେ ପାଞ୍ଚ ବର୍ଷ ପୂର୍ବେ ଏକ ହତ୍ୟା ମାମଲାରେ ସିବିଆଇ ଦ୍ବାରା ଜେରାର ସମ୍ମୁଖୀନ ହୋଇଥିଲେ। ମୁଜାଫରପୁର ଆଇଜି ଥିବାବେଳେ ବହୁଚର୍ଚ୍ଚିତ ଜଣେ ୧୨ବର୍ଷ ବାଳିକାର ଅପହରଣ ମାମଲାରେ ସିବିଆଇ ତାଙ୍କୁ ଜେରା କରିଥିଲା। ଏଥିରୁ ସେ ରାଜନୈତିକ ପ୍ରଭାବ ଯୋଗୁଁ ସହଜରେ ମୁକ୍ତ ହୋଇଥିଲେ। ନୀତୀଶଙ୍କ ଦ୍ବାରା ୨୦୧୬ରେ ପ୍ରବର୍ତ୍ତିତ ମଦ ନିଷେଧ ଅଭିଯାନକୁ ସଫଳ କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିବା ପ୍ରକାଶ। ଗତ ମାସରେ କାନପୁରର କୁଖ୍ୟାତ ଅପରାଧୀ ବିକାଶ ଦୁବେ ଘଟଣାରେ ମଧ୍ୟ ସେ ଚର୍ଚ୍ଚାକୁ ଆସିଥିଲେ। ଦୁବେ ନେପା ଳ ଚାଲିଯିବାକୁ ଉଦ୍ୟମ କରୁଥିବାବେଳେ ପାଣ୍ଡେ ତାକୁ ଏଭଳି ପ୍ରୟାସ ନ କରିବାକୁ ଚେତାବନୀ ଦେଇଥିଲେ ବୋଲି କୁହାଯାଏ।

kalyan agarbati

Comments are closed.