www.samajalive.in
Saturday, December 6, 2025
26.1 C
Bhubaneswar

ଭଜନଲାଲ ସରକାରଙ୍କ ବଡ ଘୋଷଣା; ରାଜସ୍ଥାନ ପୁଲିସରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ

ସମାଜ ଡିଜିଟାଲ ଡେସ୍କ: ରାଜସ୍ଥାନରେ ମହିଳାଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା। ରାଜସ୍ଥାନ ପୁଲିସରେ ମହିଳାଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି। ବୁଧବାର ସଚ୍ଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦ ବୈରୱା ଓ ମନ୍ତ୍ରୀ ଯୋଗାରାମ ପଟେଲ୍‌‌ ଏନେଇ ସୂଚନା ଦେଇଛନ୍ତି। ନିର୍ବାଚନ ସମୟରେ ଭଜନଲାଲ ଶର୍ମାଙ୍କ ପାର୍ଟି ନିର୍ବାଚନୀ ସଂକଳ୍ପ ପତ୍ରରେ ମହିଳା ସୁରକ୍ଷାକୁ ପ୍ରାଥମିକତା ଦେବା ସହ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଘୋଷଣା କରିଥିଲେ। ଯାହାକୁ ସରକାର ଲାଗୁ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁସାରେ ରାଜସ୍ଥାନ ପୁଲିସ ଅଧିନସ୍ଥ ସେବା ନିୟମ ୧୯୮୯ର ସଂଶୋଧନ କରାଯାଇ ମହିଳାଙ୍କ ନିମନ୍ତେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ସେହିଭଳି ଅନ୍ୟ ନିଷ୍ପତ୍ତି ଗୁଡିକ ମଧ୍ୟରେ ରହିଛି ରାଜ୍ୟରେ ସୌରଶକ୍ତିର ବିକାଶ ନିମନ୍ତେ ଜମିର ଆବଣ୍ଟନ, ସରକାରୀ କର୍ମଚାରୀଙ୍କ ଗ୍ରାଚୁଇଟି ଓ ମୃତ୍ୟୁକାଳୀନ ଗ୍ରାଚୁଇଟିକୁ ୨୦ଲକ୍ଷରୁ ୨୫ଲକ୍ଷ ଟଙ୍କାକୁ ବୃଦ୍ଧି, ପାରା ଅଲିମ୍ପିକ୍‌‌ ଓ ଅନ୍ୟ କ୍ରୀଡାରେ ସଫଳ ଖେଳାଳିଙ୍କୁ ରାଜ୍ୟ ସରକାର ଚାକିରିରେ ଅତିରିକ୍ତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories