ଆଜିଓର ବିଗ୍ ବୋଲ୍ଡ ସେଲ୍
ଭୁବନେଶ୍ୱର: ସଦ୍ୟତମ ଷ୍ଟାଇଲ୍ ଓ ଆଧୁନିକ ଫେସନ ପାଇଁ ବେଶ୍ ପରିଚିତ ଭାରତର ଅଗ୍ରଣୀ ଅନଲାଇନ ଫେସନ ଇ-ରିଟେଲର ଆଜିଓ, ଏବେ ନେଇଆସିଛି “ବିଗ୍ ବୋଲ୍ଡ ସେଲ୍’ । ଏହି ସେଲ୍ ୩୦ ସେପ୍ଟେମ୍ବର ଠାରୁ ୪ ଅକ୍ଟୋବର ୨୦୨୧ ପର୍ୟ୍ୟନ୍ତ ଜାରି ରହିବ । ପାର୍ବଣ ଋତୁ ଆଉ ଅଳ୍ପ ଦିନ ବାକି ଥିବାରୁ ଆଜିଓ ଏହାର ଗ୍ରାହକମାନଙ୍କ ପାଇଁ ସର୍ବୋତମ ଫେଷ୍ଟିଭ ଫେସନ ଓ ବ୍ରାଣ୍ଡ୍ ଆଣିବାକୁ ପ୍ରସ୍ତୁତ ରହିଛି ଯାହାକି ପୂଜା ଠାରୁ ଦଶମି ପର୍ୟ୍ୟନ୍ତ ଓ ନବରାତ୍ରୀ ଠାରୁ ଦଶହରା ପର୍ୟ୍ୟନ୍ତ ଚାଲୁ ରହିବ । ଏହାର ନାମ ପରି, ଆଜିଓ ବିଗ୍ ବୋଲ୍ଡ ସେଲ ହେଉଛି ଫେସନର ସର୍ବବୃହତ ଓ ଆକର୍ଷଣୀୟ ସେଲ୍ ଯେଉଁଥିରେ ୨୫୦୦ରୁ ଅଧିକ ବ୍ରାଣ୍ଡରୁ ୬,୦୦,୦୦୦ରୁ ଅଧିକ ଷ୍ଟାଇଲ ଉତ୍ପାଦ ରହିଛି ଓ ଏଥିରେ ୫୦% ରୁ ୯୦% ପର୍ୟ୍ୟନ୍ତ ରିହାତିର ସୁବିଧା ରହିଛି । ଏଥିରେ ଅନେକ ପ୍ରକାର ଆକର୍ଷଣୀୟ ଅଫରକୁ ଖୁବ୍ କମ୍ ମୂଲ୍ୟରେ ପ୍ରଦାନ କରାଯାଉଛି । ଏହା ସହିତ ଏଥିରେ ରହିଛି ଗ୍ରାହକମାନଙ୍କ ପାଇଁ ଘଂଟିକିଆ ଫ୍ଲାସ ଡିଲ୍, ନିଶ୍ଚିତ ଉପହାର, ରିୱାର୍ଡ଼ ଓ ପଏଂଟସ ଯାହାକୁ ସାରା ଦେଶର ଗ୍ରାହକମାନେ ଉପଲବ୍ଧ କରିପାରିବେ । ଏହି ଆଜିଓ ବିଗ୍ ବୋଲ୍ଡ ସେଲ୍ ରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ବ୍ରାଣ୍ଡ୍ ଯଥା ଗ୍ୟାସ, ସୁପରଡ୍ରାଏ, ଷ୍ଟିଭ୍ ମାଡେନ୍, ଅର୍ମାନି ଏକ୍ସଚେଞ୍ଜ, ଆଡିଡାସ, ଲିଭାଇସ୍, ନାଇକି ଓ ଆହୁରି ଅନେକକୁ ଅତ୍ୟନ୍ତ ଆକର୍ଷଣୀୟ ମୂଲ୍ୟରେ ପ୍ରଦାନ କରାଯାଉଛି ।
Comments are closed.