www.samajalive.in
Wednesday, December 10, 2025
17.1 C
Bhubaneswar

ଜାନୁଆରୀ ୧୯ରୁ ୨୬: ବିଗ୍‍ ବଜାର ପକ୍ଷରୁ ସବ୍‍ସେ ଶସ୍ତେ ଦିନ୍‍

ଭୁବନେଶ୍ୱର: ଭାରତର ସର୍ବବୃହତ ଓମ୍‍ନିଚାନେଲ ଖୁଚୁରା ବିକ୍ରେତା ବିଗ୍‍ବଜାର ଚଳିତ ଜାନୁଆରୀ ୧୯ରୁ ୨୬ ତାରିଖ ପର୍ଯ୍ୟନ୍ତ ବର୍ଷର ସର୍ବବୃହତ ସଞ୍ଚୟ ଉତ୍ସବ- ସବ୍‍ସେ ଶସ୍ତେ ଦିନ୍‍ ସହିତ ୨୦୨୨ ବର୍ଷ ଆରମ୍ଭ କରୁଛି। ଏହି ଚହଳ ସୃଷ୍ଟିକାରୀ ବିକ୍ରିୟ ଭାରତର ପ୍ରତ୍ୟେକ ଗୃହକୁ ସର୍ବନିମ୍ନ ମୂଲ୍ୟରେ ଖାଦ୍ୟ, ଘରକରଣାସାମଗ୍ରୀ, ଇଲେକଟ୍ରୋନିକ୍ସ, ଫେଶନ ପୋଷାକ, ଜୋତା ଚପଲ, ଖେଳନା ଏବଂ ଅନ୍ୟ ବହୁ ବର୍ଗର ଉତ୍ପାଦ ପହଞ୍ଚାଇବା ସହିତ ସର୍ବାଧିକ ସଞ୍ଚୟ ପ୍ରଦାନ କରିବ। ଚଳିତ ବର୍ଷ ଗ୍ରାହକମାନେ କେବଳ ଷ୍ଟୋର ଭିତରେ ଅଫର୍‍ର ସୁବିଧା ନେବେନାହିଁ, ତାହାସହିତ ବିଗ୍‍ ବଜାର ଆପ୍‍, ଶପ୍‍ ଡଟ୍‍ ବିଗ୍‍ବଜାର ଡଟ୍‍ କମ୍‍ ୱେବସାଇଟ ଜରିଆରେ ସେମାନଙ୍କ ଘରେ ତାହା ପହଞ୍ଚାଇ ଦିଆଯିବ ଏବଂ ମାତ୍ର ୨ ଘଣ୍ଟା ମଧ୍ୟରେ ବିନା ମୂଲ୍ୟରେ ସେମାନେ କ୍ରୟ କରିଥିବା ସାମଗ୍ରୀ ଗ୍ରାହକଙ୍କ ଘରେ ପହଞ୍ଚାଯିବା ବ୍ୟବସ୍ଥା କରାଯାଇଛି।

ସର୍ବନିମ୍ନ ମୂଲ୍ୟ ସହିତ ଗ୍ରାହକମାନେ ୨୫୦୦ ଟଙ୍କା ମୂଲ୍ୟର ଯେକୌଣସି ସାମଗ୍ରୀ କିଣାକିଣି କଲେ ୨୫୦୦ ଟଙ୍କା ମୂଲ୍ୟର ଫେଶନ ଭାଉଚର ପାଇବେ। ଏସବିଆଇ କ୍ରେଡିଟ କାର୍ଡଧାରୀ ଗ୍ରାହକମାନେ ସର୍ବନିମ୍ନ ୩୫୦୦ ଟଙ୍କା ମୂଲ୍ୟର ସାମଗ୍ରୀ ଷ୍ଟୋର ମଧ୍ୟରେ କ୍ରୟକଲେ ଅଧିକ ୭.୫% ରିହାତି ପାଇବେ। ସବ୍‍ସେ ଶସ୍ତେ ଦିନ୍‍ (ଏସଏସଡି) ଗ୍ରାହକଙ୍କୁ ଖାଦ୍ୟ, ଫେଶନ, ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ ଆଦି ବର୍ଗରେ ସର୍ବନିମ୍ନ ମୂଲ୍ୟରେ କ୍ରୟ କରିବାର ସୁଯୋଗ ଦେବ।

- Advertisement -

ଏ ସମ୍ପର୍କରେ ଫ୍ୟୁଚର ଗ୍ରୁପ୍‍ର ଡିଜିଟାଲ, ମାର୍କେଟିଂ ଓ ଇ-କମର୍ସ ସିଏମ୍‍ଓ ପୱନ ସାରଦା କହିଛନ୍ତି, ଚଳିତ ବର୍ଷର ସବ୍‍ସେ ଶସ୍ତେ ଦିନ୍‍ ଅନ୍ୟ ବର୍ଷଗୁଡିକ ଠାରୁ ଅଧିକ ବୃହଦାକାର ହେବାକୁ ଯାଉଛି କାରଣ ଏହା ଉଭୟ ଷ୍ଟୋର ମଧ୍ୟରେ ଓ ଅନ୍‍ଲାଇନରେ ଉପଲବ୍ଧ ହେଉଛି। ଆମର ୨ ଘଣ୍ଟା ମଧ୍ୟରେ ମାଗଣାରେ ଘରେ ପହଞ୍ଚାଇବାର ପ୍ରତିଶ୍ରୁତି ସହିତ ଆମେ ପ୍ରତ୍ୟେକ ଭାରତୀୟ ପରିବାର ନିକଟରେ ପହଞ୍ଚିବାକୁ ଚାହୁଁଛୁ। କ୍ରେତାମାନେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ, ବାସଗୃହ ଆବଶ୍ୟକତା, ଫେଶନ, ଇଲେକଟ୍ରୋନିକ୍ସ ଏବଂ ଆହୁରି ଅନେକ ସାମଗ୍ରୀ ସର୍ବନିମ୍ନ ମୂଲ୍ୟରେ ପାଇପାରିବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories