ଭବିଷ୍ୟନିଧି ଟଙ୍କା ପ୍ରଦାନରେ ବିଡି ଶ୍ରମିକ ଶୋଷଣର ଶିକାର : ଅଢେଇ ହଜାର ବିଡି ଶ୍ରମିକଙ୍କୁ ମିଳୁନି ପି.ଏଫ୍ ଟଙ୍କା

୧୦ବର୍ଷ ହେଲା ବସୁନି ଟାସ୍କ ଫୋର୍ସ କମିଟି ବୈଠକ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ବିଡି ଶ୍ରମିକ ମାନଙ୍କୁ ୨୦୦୮ ମସିହାରୁ ଗତାନୁଗତକି ଭାବରେ ଭଭିଷ୍ୟ ନିଧି ପାଣ୍ଠିରୁ ଟଙ୍କା ପ୍ରଦାନରେ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ଅକାରଣରେ ବର୍ଷ ବର୍ଷ ଧରି ପିଏଫ୍ ଟଙ୍କା ପାଇଁ ଆବେଦନକାରୀ ଶ୍ରମିକ ମାନଙ୍କୁ ହଇରାଣ ହରକତ କରାଯାଉଛି ବୋଲି ସମ୍ବଲପୁର ଜିଲ୍ଲା ବିଡି ଶ୍ରମିକ ୟୁନିୟନ ପକ୍ଷରୁ ଅଭିଯୋଗ କରାଯାଇଛି । ୟୁନିୟନର ସାଧାରଣ ସମ୍ପାଦକ ମିତ୍ରଭାନୁ ପୋଢ ଏକ ପ୍ରେସ୍ ବିବୃତି ମାଧ୍ୟମରେ ବିଡି କମ୍ପାନୀ ଏବଂ ପିଏଫ୍ ବିଭାଗ ସଲାସୁତୁରା କରି ସରକାରୀ ନୀତି ନିୟମକୁ ଉଲଘଂନ କରି ବିଡି ଶ୍ରମିକ ମାନଙ୍କୁ ଶୋଷଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ସରକାରୀ ନିୟମ ଅନୁଯାୟୀ ପ୍ରତି ଏକ ହଜାର ବିଡି ପାଇଁ ୧୪୦ଟଙ୍କା୬୨ ପଇସା ପିଏଫ୍ ଜମା ହେବା କଥା । କିନ୍ତୁ କେନ୍ଦ୍ର ଅବକାରୀ ବିଭାଗ ରିପୋର୍ଟ ଅନୁସାରେ ଏକ ହଜାର ବିଡି ପାଇଁ ମାତ୍ର୧୧୦ ଟଙ୍କା ପିଏଫ୍ ରେ ଜମା ହେଉଛି । ୨୦୦୮ ମସିହାରୁ ଏଭଲି ଗତାନୁଗତିକ ଧାରାରେ ଭବିଷ୍ୟନିଧି ପାଣ୍ଠିରେ ପ୍ରତି ଏକ ହଜାର ବିଡି ପାଇଁ ୩୦ ଟଙ୍କା ୬୨ ପଇସା କମ୍ ଜମା ହେଉଥିଲେ ମଧ୍ୟ ଭବିଷ୍ୟନିଧି ପାଣ୍ଠିର ଉଚ୍ଚ।ଧିକାରୀ ନୀରବ ଦ୍ରଷ୍ଟା ସାଜି ଥିବାରୁ ବିଡି ଶ୍ରମିକ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଶ୍ରୀ ପୋଢ କ୍ଷୋଭ ପ୍ରକାଶ କରିଛନ୍ତି । ସମ୍ବଲପୁର ଜିଲ୍ଲାରେ ୩ଲକ୍ଷରୁ ଅଧିିକ ବିଡି ଶ୍ରମିକ ବିଭିନ୍ନ କମ୍ପାନୀର ବିଡି ତିଆରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ସହକାରୀ ପିଏଫ୍ କମିଶନରଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ୩ଲକ୍ଷରୁ ଅଧିକ ବିଡି ଶ୍ରମିକଙ୍କ ମଧ୍ୟରୁ ମାତ୍ର ୮୯ ହଜାର ୫ଶହ ୯୧ ଜଣ ବିଡିଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ଅର୍ଥାତ୍ ପରିଚୟପତ୍ର ନଥିବା ୨ଲକ୍ଷ ୧୦ହଜାରରୁ ଅଧିକ ବିଡିଶ୍ରମିକ ସରାକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ସବୁଠାରୁ ପରିତାପର ବିଷୟ ଯେ ଭବିଷ୍ୟନିଧି ପାଣ୍ଠିରୁ ଟଙ୍କା ଉଠାଣ ପାଇଁ ସମ୍ବଲପୁର ଜିଲ୍ଲାରେ ଅଢେଇ ହଜାର ଶ୍ରମିକ ଦୀର୍ଘ ବର୍ଷ ହେଲା ଆବେଦନ କରିଥିଲେ ମଧ୍ୟ ନାନା ପ୍ରକାର ଆଳ ଦେଖାଇ ବିଡିଶ୍ରମିକ ମାନଙ୍କୁ ହଇରାଣ କରାଯାଇ ସେମାନଙ୍କ ନାଯ୍ୟ ହକ୍  ପିଏଫ୍ ଟଙ୍କା ଦିଆଯାଉନାହିଁ ।

ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଡିଡିଏଲ୍ଆଇ ଯୋଜନା ମଧ୍ୟ ଅଦୌ କାର୍ଯ୍ୟକାରୀ ହେଉ ନଥିବାରୁ ଅସଂଖ୍ୟ କାରିଗର ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଛନ୍ତି । ଡିଡିଏଲ୍ଆଇ ଯୋଜନା ଅନୁଯାୟୀ ବିଡି ଶ୍ରମିକ ମୃତ୍ୟୁ ବରଣ କଲେ ୭ଲକ୍ଷ ଟଙ୍କା ଆର୍ଥିକ ସହାୟତା ଏବଂ ମୃତ ଶ୍ରମିକଙ୍କ ନାମରେ ଜମା ଥିବା ପିଏଫ ଟଙ୍କା ମିଳିବାର ବ୍ୟବସ୍ଥା ରହିଛି । ସମ୍ବଲପୁର ଜିଲ୍ଲାରେ ଅନେକ କାରିଗର ମୃତ୍ୟୁ ବରଣ କରିଥିଲେ ହେଁ ଏହି ଯୋଜନାରୁ ମୃତ ଶ୍ରମିକଙ୍କ ପରିବାରକୁ କାଣି କଉଡିଟିଏ କ୍ଷତି ପୂରଣ ମିଳିନାହିଁ ବୋଲି ପ୍ରେସ୍ ବିଜ୍ଞପ୍ତିରେ ଅଭିଯୋଗ ହୋଇଛି।  ବିଡି କାରିଗର ମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟାର ସମଧାନ ଏବଂ ସେମାନଙ୍କ ପାଇଁ ଉଦ୍ଦିଷ୍ଠ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଜିଲାସ୍ତରରେ ଟାସ୍କ ଫୋର୍ସ କମିଟି ରହିଛି । ଜିଲ୍ଲାପାଳ ଏହି କମିଟିର ଅଧ୍ୟକ୍ଷ  ଏବଂ ଜିଲ୍ଲା ଶ୍ରମ ଅଧିକାରୀ ହେଉଛନ୍ତି ଟାସ୍କ ଫୋର୍ସ କମିଟିର ଆବାହକ । କିନ୍ତୁ ବିଡମ୍ବନା ର ବିଷୟ ଯେ ଗତ ୧୦ ବର୍ଷ ହେଲା ସମ୍ବଲପୁର ଜିଲ୍ଲାର ବିଡି ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଟାସ୍କ୍ ଫୋର୍ସ କମଟି ବୈଠକ ବସି ନାହିଁ ବୋଲି ଜିଲ୍ଲା ବିଡି ଶ୍ରମିକ ୟୁନିୟନର ସାଧାରଣ ସମ୍ପାଦକ ମିତ୍ରଭାନୁ ପୋଢ ଅଭିଯାଗ କରିଛନ୍ତି।

Comments are closed.