www.samajalive.in
Monday, December 15, 2025
15.1 C
Bhubaneswar

‘ସମର୍ଥ ସମାଜ ଗଢ଼ିତୋଳିବାରେ ସାହିତ୍ୟର ଭୂମିକା ରହିଛି’

ଭୁବନେଶ୍ୱର: ବିଜ୍ଞାନ ମଣିଷ ଜୀବନକୁ ଆଗକୁ ନେଇପାରେ ଓ ଖୁସି ଦେଇପାରେ। କିନ୍ତୁ ସାହିତ୍ୟ ଜୀବନକୁ ବୁଝିବାରେ ବହୁଭାବରେ ସାହାଯ୍ୟ କରେ। ପଛକୁ ଚାହିଁ ଉପଲବ୍ଧିର ନୂଆ ମାର୍ଗ ପ୍ରସ୍ତୁତ କରେ ସାହିତ୍ୟ। ଗୋଟିଏ ସମର୍ଥ ଓ ସଶକ୍ତ ସମାଜ ଗଢ଼ିତୋଳିବାରେ ସାହିତ୍ୟର ଭୂମିକା ଯୁଗେ ଯୁଗେ ସ୍ୱୀକୃତ ହୋଇଆସିଛି। ଅନ୍ୟପକ୍ଷରେ
ସମକାଳର ସାହିତି୍ୟକ ରାଜନୀତି ଏବଂ ସାଂପ୍ରତିକ ସାମାଜିକ ସ୍ଥିତି ନେଇ ଅନ୍ୟମାନଙ୍କୁ ସଚେତନ କରିପାରେ।
ରାଜନୀତି ଓ ସାହିତ୍ୟର ଲକ୍ଷ୍ୟ ଗୋଟିଏ, ମାତ୍ର ମାଧ୍ୟମ ପୃଥକ ହୋଇପାରେ ବୋଲି ଭୁବନେଶ୍ୱର ସାହିତ୍ୟ ପର୍ବର ଉଦ୍‌ଯାପନ କାର୍ଯ୍ୟକ୍ରମରେ ଅତିଥିମାନେ ମତ ଦେଇଛନ୍ତି ।
ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଦୁଇଦିନିଆ ଭୁବନେଶ୍ୱର ସାହିତ୍ୟ ପର୍ବ’ର ମୁକ୍ତ ଅଧିବେଶନରେ ଆଜି ପୂର୍ବାହ୍ନରେ ସମ୍ବାଦର ସଂପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବିଶିଷ୍ଟ ସ୍ତମ୍ଭକାର ତଥା ଆଲୋଚକ ପ୍ରଫେସର ନିରଞ୍ଜନ ପାଢ଼ୀ ଯୋଗଦେଇ ସାହିତି୍ୟକ, ସାହିତ୍ୟ ଓ ସାହିତ୍ୟ ସଂଗଠନଗୁଡ଼ିକ ଉପରେ ବକ୍ତବ୍ୟ ରଖିଥିଲେ।
ଅନୁଷ୍ଠାନର ଉପସଭାପତି କବି ରକ୍ଷକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଆଭାସ ବରାଳଙ୍କ ଗପବହି ‘ଇଣ୍ଟରଭ୍ୟୁ’, ସୁନନ୍ଦା ତ୍ରିପାଠୀଙ୍କ କବିତା ବହି ‘କବିତା କାରୁରୂପା’ ଓ ସୂର୍ଯ୍ୟ ମିଶ୍ରଙ୍କ କବିତା ବହି ‘ଅନ୍ୟମନସ୍କ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବାବେଳେ ଉତ୍ସବ ନିର୍ଦ୍ଦେଶକ ଡ. ଅଶୋକ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

ପରବର୍ତ୍ତୀ କାର୍ଯ୍ୟକ୍ରମରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶିକା ଲିପିକା ସିଂହ ଦାରାଇଙ୍କ ସହ ସିନେ ସମୀକ୍ଷକ ଓ ଗବେଷକ ସୂର୍ଯ୍ୟ ଦେଓଙ୍କ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା। ଏଥିରେ ଲିପିକା ତାଙ୍କ ଚଳଚ୍ଚିତ୍ର ନିର୍ମାଣ ଶୈଳୀ ଓ ସମକାଳୀନ ପ୍ରାମାଣିକ ଚିତ୍ରର ଧାରା ଉପରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ପରେ ପରେ ଓଡ଼ିଆ ଅନୁବାଦ ସାହିତ୍ୟ ସଂପର୍କିତ ଆଲୋଚନା ଚକ୍ରରେ ପ୍ରଫେସର ଡ. ମେରୀ ମହାନ୍ତି, ଡ. ବେଦୁଲା ରାମଲକ୍ଷ୍ମୀ ଓ ଡ. ପ୍ରଦୀପ କୁମାର ରାୟ ଅଂଶଗ୍ରହଣ କରିଥିଲେ। ଅନୁବାଦିକା ରତ୍ନମାଳା ସ୍ୱାଇଁ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଓଡ଼ିଆ ସାହିତ୍ୟର ବ୍ୟାପକ ଅନୁବାଦ ପାଇଁ ବେସରକାରୀ ସ୍ତରରେ ରାଜ୍ୟ ଅନୁବାଦ ଏକାଡେମୀ ପ୍ରତିଷ୍ଠା ଉପରେ ଆଲୋଚକମାନେ ପ୍ରସ୍ତାବ ଦେଇଥିଲେ ।
ଅପରାହ୍ନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ କବି ତଥା ପ୍ରାକ୍ତନ ସାଂସଦ ଡ. ପ୍ରସନ୍‌ ପାଟ୍ଟଶାଣୀ, ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ ଶ୍ରୀଦେବ ମଞ୍ଚାସୀନ ଥିଲେ। ଅନୁଷ୍ଠାନର ଉପସଭାପତି ମିନତି ଦାଶ ଓ ଅଧ୍ୟାପିକା ଡ. ଗୀତାଶ୍ରୀ ପ୍ରିୟମ୍ବଦାଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଏହି ପାଠୋତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୫୦ରୁ ଅଧିକ କବି ଯୋଗଦେଇ ସ୍ୱରଚିତ ଲେଖା ପାଠ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories