www.samajalive.in
Monday, December 15, 2025
15.1 C
Bhubaneswar

ଦିଲ୍ଲୀ ଘଟଣା ପରେ ଚେତିଲା ଓଡ଼ିଶା ଅଗ୍ନିଶମ ବିଭାଗ

ଭୁବନେଶ୍ୱର: ଦିଲ୍ଲୀରେ ଗତକାଲି ଘଟିଥିବା ଭୟାବହ ଅଗ୍ନିକାଣ୍ଡ ପରେ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଅଗ୍ନିଶମ ନିରାପତ୍ତା ଆଇନ ୨୦୧୭କୁ କଡ଼ାକଡ଼ି ଭାବେ ଲାଗୁ କରିବା ଲାଗି ବିଭାଗୀୟ ମହାନିର୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଚିଠି ଲେଖିଛନ୍ତି। ସୂଚନାେଯାଗ୍ୟ  ପଶ୍ଚିମ ଦିଲ୍ଲୀ ମୁଣ୍ଡକା ମେଟ୍ରୋ ରେଳଷ୍ଟେସନ ନିକଟ ଏକ କୋଠାରେ ଅଗ୍ନିକାଣ୍ଡ ଘଟି ୨୭ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ବହୁ ଲୋକ ଆହତ ହୋଇଥିଲେ। ଏପରି ଅଗ୍ନିକାଣ୍ଡକୁ ନେଇ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ ମହାନିର୍ଦେଶକ ଶ୍ରୀ ଉପାଧ୍ୟାୟ ସମସ୍ତ ଜିଲାର ସହକାରୀ ଅଗ୍ନିଶମ ଅଧିକାରୀ, ମଣ୍ଡଳ ଉପ ଅଗ୍ନିଶମ ଅଧିକାରୀ ଓ ରାଜ୍ୟର ରେଞ୍ଜ ଫାୟାର ଅଫିସରଙ୍କୁ ଚିଠି ଲେଖାଯାଇଛି। ଏଥିରେ ନିୟମ ଉଲ୍ଲଘଂନକାରୀଙ୍କ ବିରାଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି। ବିଭିନ୍ନ ହୋଟେଲ, ଲଜ, ଗେଷ୍ଟ ହାଉସ, ଶିକ୍ଷାନୁଷ୍ଠାନ, ସିନେମା ହଲ୍, ବହୁତଳ କୋଠା, ମଲ୍ଟିପ୍ଲେକ୍ସ, ହସପିଟାଲ, ନର୍ସିଂହୋମ, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ କାର୍ଯ୍ୟାଳୟ ଅଡିଟୋରିୟମ, କନଭେନସନ ହଲ୍, ହଷ୍ଟେଲ, ଶିଳ୍ପାନୁଷ୍ଠାନ ଆଦିରେ ଅଗ୍ନିଶମ ନିରାପତ୍ତା ସମ୍ପର୍କରେ ନିୟମିତ ଯାଞ୍ଚ କରିବା ଲାଗି ନିର୍ଦେଶ ଦିଆଯାଇଛି। ଅଗ୍ନି ନିରାପତ୍ତା ସଂକ୍ରାନ୍ତ ପ୍ରମାଣପତ୍ର ଯେପରି ସମସ୍ତେ ଦେଖିପାରିବା ଭଳି ସ୍ଥାନରେ ଲାଗିବ ସେଥିଲାଗି ପଦକ୍ଷେପ ନେବାକୁ ସମସ୍ତ କ୍ଷେତ୍ରୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ବିଭିନ୍ନ ପ୍ରତିଷ୍ଠାନରେ ଯାଞ୍ଚ କରିବା ଲାଗି ସମସ୍ତ ଅଗ୍ନିଶମ ଅଧିକାରୀ ତଥା ସହକାରୀ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।  ସେହିପରି ଅଗ୍ନି ନିରାପତ୍ତା ଆଇନ କାର୍ଯ୍ୟକାରୀ କରିବା ଲାଗି ମାର୍କେଟ କମ୍ପ୍ଲେକ୍ସ, ବିଭିନ୍ନ ହାଟ ଓ ବଜାର କମିଟିର ସହଭାଗିତାରେ ପଦକ୍ଷେପ ନେବା ଲାଗି ଅଗ୍ନିଶମ ଅଧିକାରୀଙ୍କୁ କୁହାଯାଇଛି। ଅଗ୍ନିକାଣ୍ଡ ସମ୍ପର୍କିତ ଦୁର୍ଘଟଣା ସମ୍ପର୍କରେ ୧୧୨କୁ ସୂଚନା ଦେବା ଲାଗି ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories