ଭୁବନେଶ୍ବର: ରାଜଧାନୀର କିଟ୍ ଛକରେ ଥିବା କର୍ପୋରେଟ କୋଠାର ଚତୁର୍ଥ ମହଲାରେ ଥିବା ଏକ ରେଷ୍ଟୁରାଣ୍ଟରେ ନିଆଁ ଲାଗି ଅନ୍ୟଆଡ଼କୁ ବ୍ୟାପୀ ଯାଇଛି। କୋଠାଟି ଧୂଆଁମୟ ହୋଇଯାଇଥିବାବେଳେ କେତେକ ସ୍ଥାନରେ ନିଆଁ ହୁତୁହୁତୁ ହୋଇ ଜଳୁଥିବା ସୂଚନା ମିଳିଛି। ନିଆଁ ଲାଗିଥିବା କୋଠାରେ କିଛି ବ୍ୟକ୍ତି ଫସି ରହିଥିବା ଅନୁମାନ କରାଯାଉଛି। ଖବରପାଇ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଅଗ୍ନିକାଣ୍ଡ ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିଛି।
Popular Categories



