www.samajalive.in
Monday, December 15, 2025
15.1 C
Bhubaneswar

ଇଡି ଖୋଲିବ ଅର୍ଚ୍ଚନା ଗୁମର ! କେଉଁଠୁ ଆସୁଥିଲା କୋଟିକୋଟି ଟଙ୍କା ?

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ ତଦନ୍ତ କରିପାରେ ପ୍ରବର୍ତ୍ତନ ନିର୍ଦେଶାଳୟ । ମାମଲାକୁ ନେଇ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ତନତନ କରି ସମସ୍ତ ତଥ୍ୟ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି । ଏନେଇ ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡି ଡିସିପିଙ୍କୁ ଏଫଆଇଆର କପି ମାଗିଛି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆର୍ଥିକ କାରବାର ଗୁମର ଖୋଲିବାକୁ ଇଡି ଏହି ଘଟଣାରେ ତଦନ୍ତ କରିବ ।

ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ କେଉଁଠାରୁ କେତେ ଟଙ୍କା ଆସୁଥିଲା ତାର ତଥ୍ୟ ଖୋଜିବ ଇଡି । ତାହା ସହ ଏତେ କମ୍‌ ସମୟ ଭିତରେ କିପରି କୋଟି କୋଟି ଟଙ୍କା ଠୁଳ କରିଥିଲା ଅର୍ଚ୍ଚନା ସେନେଇ ଇଡି ଯାଞ୍ଚ କରିବ । ଭୁବନେଶ୍ୱର ସତ୍ୟବିହାର ଓ ଜାଗମରା​‌ରେ ହୋଇଥିବା ବଳାଶପୂର୍ଣ୍ଣ ଘରକୁ ମଧ୍ୟ ଯାଞ୍ଚ କରିପାରେ ଇଡି । କିପରି ଦୁହେଁ କୋଟିକୋଟି ଟଙ୍କାର ମାଲିକ ହେଲେ ସେ ନେଇ ସମସ୍ତ ତଥ୍ୟ ଖୋଜାଯିବ । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଗୋଟିପତି ହେବା ପଛରେ କେଉଁ ନେତା, ମନ୍ତ୍ରୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ରହିଛି ତାହାର ତଥ୍ୟ ଇଡି ଖୋଜିବ ।

- Advertisement -

ସେପଟେ, ମିଳିଥିବା ଜଗବନ୍ଧୁଙ୍କ ଡାଏରୀକୁ ନେଇ ସନ୍ଦେହ ଘନୀଭୂତ ହେଉଛି । ଡାଏରୀରେ କେଉଁମାନଙ୍କ ନାମ ରହିଛି, ସେ ନେଇ କମିସନରେଟ ପୁଲିସ ତଦନ୍ତ କରୁଛି। ଅର୍ଚ୍ଚନାଙ୍କ ପରି ଜଗବନ୍ଧୁଙ୍କ ଡାଏରୀ ଭିତରେ ମଧ୍ୟ ମାଳ ମାଳ ନେତା, ମନ୍ତ୍ରୀଙ୍କ ନାଁ ରହିଛି। ହେଭିୱେଟଙ୍କ ନାଁକୁ ଦେଖି ପୁଲିସ ଛାତି ଧଡ଼ଧଡ଼ ହେଉଛି। କିପରି ମାମଲା ପରିଚାଳନା କରିବ ସେ ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ତଦନ୍ତକାରୀ ଦଳର ଗୁପ୍ତ ବୈଠକ ବସୁଛି।

ସେପଟେ ନାଗ-ଫାଶରେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ସମେତ କମିସନରେଟ ପୁଲିସର କେତେକ ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି, ତେବେ ସେହି ଅଫିସରମାନେ କିଏ ? ତାଙ୍କ ନାଁ ତଦନ୍ତ ଆଢ଼ୁଆଳରେ ରଖାଯାଇଛି କି? ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କ ମଧ୍ୟରେ କେହି ନୁହନ୍ତି ତ ! ଏହଭଳି ବିଭିନ୍ନ ପ୍ରଶ୍ନ ଉଠୁଛି। ଯଦି ସେପରି କେହି ଅଧିକାରୀଙ୍କ ସମ୍ପୃକ୍ତି ରହିଥିବ, ତେବେ ଘଟଣା ଉପରୁ ପରଦା ହଟିବା କଷ୍ଟକର ବ୍ୟାପାର। ଅର୍ଚ୍ଚନା ଓ ଜଗବନ୍ଧୁ ଗିରଫ ପରେ ଏବେ ଖଗେଶ୍ୱର ପାତ୍ର ଓରଫ ବାଇନକୁ ପୁଲିସ ଖୋଜୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories