www.samajalive.in
Monday, December 15, 2025
27.1 C
Bhubaneswar

ପତିକୁ ହତ୍ୟା କରିବାର କାରଣ କହିଲେ – ହତ୍ୟା କରିବା ପରେ ଫେରାର ହୋଇଯାଇଥିଲେ

ବଲାଙ୍ଗିର/ତୁଷୁରା, :ତୁଷୁରା ଥାନା ଅନ୍ତର୍ଗତ ମହିପୁର ଦିବ୍ୟସିଂ ଭୋଇ ହତ୍ୟା ଘଟଣାରେ ଅଭିଯୁକ୍ତ ପତିହନ୍ତା ମହିଳାକୁ ତୁଷୁରା ପୁଲିସ ରବିବାର ଗିରଫ କରିଛି । ଅଭିଯୁକ୍ତ ମହିଳା ହେଲେ ମୃତ ଦିବ୍ୟସିଂ ଭୋଇଙ୍କ ପତ୍ନୀ ଯଶୋଦା ଭୋଇ(୨୫) । ସକାଳ ସାଢ଼େ ଦଶଟାରେ ବୁରୋମାଲ-ସମରା ରାସ୍ତାରୁ ଯଶୋଦାଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରା ଯାଇଥିବା ତୁଷୁରା ପୁଲିସ ସୂଚନା ଦେଇଛି ।

ପୁଲିସ ସୂଚନା ଅନୁସାରେ, ଦିବ୍ୟସିଂ ଭୋଇଙ୍କ ପରିବାର ଲୋକେ ଶୁକ୍ରବାର ରାତିରେ ଘରେ ଶୋଇଥିଲେ । ରାତି ପ୍ରାୟ ୨ଟାରେ ହଠାତ କବାଟ ଖୋଲିବା ଶବ୍ଦ ହେବାରୁ ଦିବ୍ୟସିଂଙ୍କ ଭାଇ ଦୀପକ ନିଦରୁ ଉଠି ପଡି କବାଟ ବାହାରେ ତାଙ୍କ ଭାଉଜ ଯଶୋଦା ଛିଡା ହୋଇଥିବା ଦେଖିଥିଲେ । ଏତେ ରାତିରେ କାହିଁକି କବାଟ ଖୋଲିଲ ବୋଲି ସେ ଭାଉଜଙ୍କୁ ପଚାରିଥିଲେ । ତେବେ ଯଶୋଦା କୌଣସି ଉତ୍ତର ନଦେଇ ବାହାରୁ ଦୌଡି ପଳାଇଥିଲେ । କ’ଣ ହୋଇଛି ଜାଣିବା ପାଇଁ ଦୀପକ ବଡଭାଇ ଦିବ୍ୟସିଂ ଶୋଇଥିବା କୋଠରୀକୁ ଯାଇଥିଲେ ।

- Advertisement -

ସେଠାରେ ଦିବ୍ୟସିଂ ରକ୍ତ ଜୁଡୁବୁଡୁ ହୋଇ ଛଟପଟ ହେଉଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଦିବ୍ୟସିଂଙ୍କ ବାପା ରଜନୀକାନ୍ତ ଶନିବାର ଦିନ ତୁଷୁରା ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ତାଙ୍କ ବୋହୂ ଯଶୋଦା ଭୋଇ, ପୁଅ ଦିବ୍ୟସିଂ ଭୋଇକୁ ହତ୍ୟା କରି ଫେରାର୍‌ ହୋଇ ଯାଇଥିବା ସେ ଅଭିଯୋଗରେ ଦର୍ଶାଇ ଥିଲେ । ତୁଷୁରା ଥାନାଧିକାରୀ ସଞ୍ଜୀବ ପଧାନ ଓ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପୁଲିସ ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତ ଲଗା କୁରାଢ଼ୀ, ପିନ୍ଧା ବସ୍ତ୍ର ଓ ଅନ୍ୟାନ୍ୟ ପ୍ରମାଣ ଜବତ କରିଥିଲା । ଫେରାର୍‌ ଯଶୋଦାକୁ ଗିରଫ ପରେ ରବିବାର ଥାନାରେ ପଚରା ଉଚୁରା କରାଯାଇଥିଲା । ମୃତ ଦିବ୍ୟସିଂ ଭୋଇଙ୍କୁ ହତ୍ୟା କରିଥିବା ପତ୍ନୀ ଯଶୋଦା ପୁଲିସ ନିକଟରେ ସ୍ୱୀକାର କରିଥିଲା । ଦିବ୍ୟସିଂ ବିଭିନ୍ନ ସମୟରେ ତାଙ୍କୁ ଆକ୍ଷେପ କରିବା ସହ ନିର୍ଯାତନା ଦେଉଥିଲେ । ଏପରିକି ତାଙ୍କୁ ମାରି ଦେବାକୁ ଉଦ୍ୟମ କରୁଥିଲେ । ନିର୍ଯ୍ୟାତନା ସୀମା ଅତିକ୍ରମ କରିବାରୁ ସେ ଅତିଷ୍ଠ ହୋଇ ସ୍ୱାମୀଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଥିବା ଯଶୋଦା ପୁଲିସକୁ କହିଥିବା ବଲାଙ୍ଗିର ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ତୁଷୁରା ପୁଲିସ ଯଶୋଦାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ତୁଷୁରା ଥାନାଧିକାରୀ ଶ୍ରୀ ପଧାନ କହିଛନ୍ତି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories