www.samajalive.in
Saturday, December 13, 2025
23.1 C
Bhubaneswar

ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ହିନ୍ଦୀ ମାସ ସମାରୋହ ଆୟୋଜିତ

ଭୁବନେଶ୍ୱର : ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ୧୪ ସେପ୍ଟେମ୍ବର ୨୦୨୨ରିଖରୁ ୧୪ ଅକ୍ଟୋବର ୨୦୨୨ରିଖ ପର୍ଯ୍ୟନ୍ତ ହିନ୍ଦୀ ମାସ ସମାରୋହ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ତଥା ସମାଚାର ପଠନ, ଇ-ମେଲ୍‌ ପ୍ରତିଯୋଗିତା, ହିନ୍ଦୀରେ ସର୍ବାଧିକ କାର୍ଯ୍ୟ, ରଚନା, ବିଜ୍ଞାପନ ଲେଖନ, ସ୍ଲୋଗାନ ପ୍ରତିଯୋଗିତା, ସଂଗୀତ ଗାନ ଆଦି ଆୟୋଜନ କରାଯାଇଥିଲା ।

୧୪ ସେପ୍ଟେମ୍ବର ୨୦୨୨ରିଖରେ ହିନ୍ଦୀରେ କାର୍ଯ୍ୟ କରିବା ନିମନ୍ତେ ଏକ ଶପଥ ଗ୍ରହଣ ସମାରୋହ ମଧ୍ୟ ଆୟୋଜିତ ହୋଇଥିଲା । ଏଥି ସହିତ ହିନ୍ଦୀ ସନ୍ଦେଶ ମଧ୍ୟ ପଠନ କରାଯାଇଥିଲା । ହିନ୍ଦୀ ମାସ ସମାରୋହ ଅବସରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏନ୍‌ବିଜି (ଇଷ୍ଟ)ର ମହାପ୍ରବନ୍ଧକ ମନୋଜ କୁମାର ସିଂଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା ।

- Advertisement -

ହିନ୍ଦୀ ଆମର ରାଜଭାଷା ଓ ଆମକୁ ଅଧିକରୁ ଅଧିକ କାର୍ଯ୍ୟ ହିନ୍ଦୀରେ କରିବା ଉଚିତ୍‌ ବୋଲି ଶ୍ରୀ ସିଂ କହିଥିଲେ । ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ମଳୟ ଦାସ ଏସ୍‌ ଓ ଉପ ଆଞ୍ଚଳିକ ପ୍ରବନ୍ଧକ ଅଶୋକ କୁମାର ଜେନା ଏହି ଅବସରରେ ଉପସ୍ଥିତ ଥିଲେ । ସମସ୍ତ ପ୍ରତିଯୋଗିତାରେ ସମସ୍ତ ଅଞ୍ଚଳର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ରାଜଭାଷାର ବରିଷ୍ଠ ପ୍ରବନ୍ଧକ ସୋନିଆ ସାୱନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories