ସକାଳ @୯ ମୁଖ୍ୟ ଖବର

(୧) ଆଜି ଆଇନ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ… ଭିଡିଓ କନଫରେନସିଂ ମାଧ୍ୟମରେ ଦେଶର ଆଇନ ମନ୍ତ୍ରୀ ଓ ସଚିବଙ୍କ ଉଦଘାଟନୀ ଅଧିବେଶନକୁ କରିବେ ସମ୍ବୋଧିତ… ସମ୍ମିଳନୀରେ ବିଭିନ୍ନ ନ୍ୟାୟିକ ବ୍ୟବସ୍ଥା ଉପରେ ହେବ ଆଲୋଚନା… ଗୁଜୁରାଟର ଏକତା ନାଗରରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ…

(୨) ତାମିଲନାଡ଼ୁର କ୍ରିଷ୍ଣାଗିରି ହୋସୁର ମିଡିଲ ସ୍କୁଲରେ ଅଭାବନୀୟ ଘଟଣା… ଗ୍ୟାସ ଲିକ୍‌ ଯୋଗୁଁ ୧୦୦ଜଣ ଛାତ୍ରଛାତ୍ରୀ ଅସୁସ୍ଥ… ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି.. ଏକ ସେପଟିକ୍‌ ଟ୍ୟାଙ୍କରୁ ଗ୍ୟାସ ଲିକ୍‌ ଯୋଗୁଁ ପିଲାମାନେ ହୋଇଥିଲେ ଅସୁସ୍ଥ…

(୩) ଉପନିର୍ବାଚନ ପାଇଁ କମ୍ପୁଛି ଧାମନଗ​‌ର… ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି ସମସ୍ତ ଦଳର ପ୍ରାର୍ଥୀ… ମୈଦାନରେ ପୁଣି ଦେଖିବାକୁ ମିଳିବ ୨୦୧୯ ନିର୍ବାଚନର ଝଲକ… ଧାମନଗରରେ ବିଜେଡି ସଙ୍ଗଠନରେ କେଁ… ଶଙ୍ଖ ପାଟି ହୋଇଛି ଦୁଇଫାଳ… ବିଜେଡି ପକ୍ଷରୁ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ରାଜୁ ଦାସ…

(୪) ଧାମନଗର ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲେ ୩ ଦଳ… ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଘୋଷଣା ହେଲେ ଷ୍ଟାର ପ୍ରଚାରକ… ବିଜେଡିର ତାଲିକାର ଶୀର୍ଷରେ ରହିଛନ୍ତି ମୁଖ୍ୟମନ୍ତ୍ରୀ… ବିଜେପିର ତାଲିକାର ପ୍ରଥମରେ ରହିଛି ସମୀର ମହାନ୍ତିଙ୍କ ନାଁ… କଂଗ୍ରେସ ମଧ୍ୟ ଜାରି କରିଛି ୩୦ ଜଣିଆ ଷ୍ଟାର ପ୍ରଚାରକ…

(୫) କଳିଙ୍ଗ ଷ୍ଟାଡିୟମରେ ଭାରତର ଲଗାତର ୨ୟ ପରାଜୟ… ୧୭ ବର୍ଷିୟ କମ୍‌ ମହିଳା ଫିଫା ବିଶ୍ୱକପରେ ପୁଣି ହାରିଲା ଭାରତ… ମାରୋକୋ ଠାରୁ ୩.୦ ଗୋଲରେ ହାରି କ୍ୱାର୍ଟର ଫାଇନାଲରୁ ବାଦ୍‌.. ଆସନ୍ତା ସୋମବାର ବ୍ରାଜିଲ ବିପକ୍ଷରେ ଶେଷ ଲିଗ୍‌ ମ୍ୟାଚ୍‌ ଖେଳିବ ଭାରତ..

(୬) ପୁଣି ଚମକିଲେ ଓଡ଼ିଆ ପୁଅ… ଯୁବ ଆଥଲେଟ୍‌ ସବିତା ଟପ୍ପୋଙ୍କୁ ମିଳିଲା ରୌପ୍ୟ… ଚତୁର୍ଥ ଏସୀୟ ଯୁବ ଆଥଲେଟିକ୍‌ ଚାମ୍ପିଅନସିପରେ ବାଜି ମାରିଲେ ସବିତା… ୧୪.୧୭ ସେକେଣ୍ଡ ନେଇ ୧୦୦ମି. ହଡଲ୍ସରେ ଜିତିଲେ ରୌପ୍ୟ…

 

Comments are closed.