ଏମ୍ସରେ ଲାଗିବ ଅତ୍ୟାଧୁନିକ ଲିନାକ୍ ମେସିନ

ଆରମ୍ଭ ହେଲା ପ୍ରକ୍ରିୟା, ଜାନୁଆରୀ ସୁଦ୍ଧା କାର୍ଯ୍ୟ ସରିବ

ଭୁବନେଶ୍ବର: ଭୁବନେଶ୍ବର ଏମ୍ସରେ କର୍କଟ ରୋଗୀଙ୍କ ପାଇଁ ଅତ୍ୟାଧୁନିକ ଦ୍ବିତୀୟ ଡୁଆଲ ଏନର୍ଜି ଲିନିଅର ଆକ୍ସିଲିରେଟର ମେସିନ ସ୍ଥାପନ କରାଯିବ। ଏମ୍ସର ରେଡିଏସନ ଅଙ୍କୋଲୋଜି ବିଭାଗରେ ଏହି ମେସିନ ସ୍ଥାପନ କରାଯିବ। ଏହି ଅତ୍ୟାଧୁନିକ ଲିନାକ୍ ମେସିନ ସ୍ଥାପନ ହେବା ପ୍ରକ୍ରିୟା ସୋମବାର ଆରମ୍ଭ ହୋଇଛି। ଆସନ୍ତା ୨୦୨୩ ଜାନୁଆରୀ ସୁଦ୍ଧା ଏହାର କାର୍ଯ୍ୟ ସରିବ। ଏହାପରେ ମୁମ୍ବଇ ଆଟୋମିକ ଏନର୍ଜି ରେଗୁଲେଟୋରୀ ବୋର୍ଡର ଅନୁମୋଦନ ପରେ ଚିକିତ୍ସା ଆରମ୍ଭ ହେବ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ମେସିନ ସ୍ଥାପନ ହେବାକୁ ଯାଉଛି। ଯଦିଓ ପୂର୍ବରୁ ଅନ୍ୟ ଏକ ଲିନାକ ମେସିନ ରହିଛି, ତାହା ଅପେକ୍ଷା ଏହା ଅତ୍ୟାଧୁନିକ ରହିବ। ଯେଉଁଥିରେ ଏସବିଆରଟି, ଏସଆରଏସ, ଏସଆରଟି, ଆଇଏମଆରଟି, ଆଇଜିଆରଟି ଭଳି ଆଡାପ୍ଟିଭ୍ ରେଡିଓଥେରାପି ଆଦି ସଂଲଗ୍ନ ରହିବ। ଏହାଫଳରେ ରୋଗୀଙ୍କୁ ଆଉ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବନି ଏବଂ ଗୁଣାତ୍ମକ ଚିିକିତ୍ସା ସେବା ଯୋଗାଇ ଦେଇହେବ।

Comments are closed.