ପ୍ରତିହିଂସା ପରାୟଣ ରାଜନୀତି; ୨୧ ଓ ୨୨ରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: କେନ୍ଦ୍ରର ମୋଦୀ ସରକାର ବିରୋଧୀଙ୍କ ସ୍ୱର ଚପାଇଦେବାକୁ ସେମାନଙ୍କ ବିରୋଧରେ ସିବିଆଇ, ଇଡି ଓ ଆଇଟି ଭଳି ସଂସ୍ଥାଙ୍କୁ ଲଗାଉଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ଇଡିର ଡାକରା ଦମନ ରାଜନୀତିର ସଦ୍ୟତମ ଉଦାହରଣ। ଆସନ୍ତା ୨୧ରେ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ସମନ ଜାରି କରାଯାଇଛି। ଗଣତନ୍ତ୍ର ସୁରକ୍ଷା ଓ ବିରୋଧୀଙ୍କ ସାମ୍ବିଧାନିକ ଅଧିକାର ସୁରକ୍ଷା ପାଇଁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ତରଫରୁ ଚଳିତ ମାସ ୨୧ରେ ଇଡି ଅଫିସ୍‌ ଆଗରେ ଓ ୨୨ରେ ରାଜ୍ୟର ସମସ୍ତ ଜିଲା ସଦର ମହକୁମାରେ ଗଣବିକ୍ଷୋଭ କରାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।

prayash

ଶ୍ରୀ ପଟ୍ଟନାୟକ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ, ଗଣତାନ୍ତ୍ରିକ ରାଷ୍ଟ୍ରରେ ବିରୋଧୀ ଦଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ କେନ୍ଦ୍ରର ମୋଦୀ ସରକାର ସହନଶୀଳ ହେବା ପରିବର୍ତ୍ତେ ପ୍ରତିହିଂସାପରାୟଣ ହେଉଛନ୍ତି। ବିରୋଧୀଙ୍କ ସ୍ୱର ଚପାଇଦେବାକୁ ସେମାନଙ୍କ ବିରୋଧରେ ସିବିଆଇ, ଇଡି ଓ ଆଇଟି ଭଳି ସଂସ୍ଥାଙ୍କୁ ଲଗାଇ ନିର୍ଯାତନା ଦେଉଛନ୍ତି। ଅନେକ କ୍ଷେତ୍ରରେ ରାତି ଅଧରେ ପ୍ରମୁଖ ବିରୋଧୀ ନେତାଙ୍କ ଘର ଉପରେ ଚଢ଼ଉ କରି ଗିରଫ କରୁଛନ୍ତି। କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କୁ ଇଡି ଡାକିଥିଲେ ଓ ଦେଶବ୍ୟାପୀ କଂଗ୍ରେସ ଏହାର ପ୍ରତିବାଦ କରିଥିଲା। ୨୧ରେ ସୋନିଆ ଗାନ୍ଧୀଙ୍କୁ ସମନ ଜାରି କରାଯାଇଛି। ଶ୍ରୀମତୀ ଗାନ୍ଧୀ ସେହିଦିନ ହାଜର ହେବାକୁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ଏହି ହିଟଲରୀ ଶାସନକୁ କଂଗ୍ରେସ ବରଦାସ୍ତ କରିବନାହିଁ। ଗଣତନ୍ତ୍ର ସୁରକ୍ଷା ଓ ବିରୋଧୀଙ୍କ ସାମ୍ବିଧାନିକ ଅଧିକାର ସୁରକ୍ଷା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ୨୧ରେ କଂଗ୍ରେସ ଭବନରୁ ଇଡ଼ି ଅଫିସ ଅଭିଯାନ ଆନ୍ଦୋଳନ ଓ ୨୨ରେ ରାଜ୍ୟର ସମସ୍ତ ଜିଲା ସଦର ମହକୁମାରେ ଜିଲା କଂଗ୍ରେସ ତରଫରୁ ଗଣବିକ୍ଷୋଭ ନିମନ୍ତେ ସିଦ୍ଧାନ୍ତ ହୋଇଛି। ବୋଲି ମିଡ଼ିଆ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଜଣାଇଛନ୍ତି।

kalyan agarbati

Comments are closed.