www.samajalive.in
Sunday, December 14, 2025
19.1 C
Bhubaneswar

କୋରେଗାଓଁ ଭୀମା ହିଂସାକାଣ୍ଡ: ଆରଏସଏସର ପୂର୍ବତନ କର୍ମୀ ସାମ୍ଭାଜୀ ଭିଡେ ଓ ପୂର୍ବତନ ଭାଜପା କର୍ପୋରେଟରଙ୍କୁ ଦାୟୀକଲେ ସାକ୍ଷୀ

ନୂଆଦିଲ୍ଲୀ: ଏଲଗାର ପରିଷଦ ମାମଲାରେ ଅଭିଯୁକ୍ତ ଜଣେ ବ୍ୟକ୍ତି ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ତଦନ୍ତ କମିଶନ ନିକଟରେ ନିଜର ସାକ୍ଷ୍ୟ ପ୍ରଦାନ କରିଛନ୍ତି । ସେ ଦାବିକରି କହିଛନ୍ତି ଯେ ପୁନେ ଜିଲାର କୋରେଗାଓଁ ଭୀମାଠାରେ ୨୦୧୮ରେ ହୋଇଥିବା ଦଙ୍ଗାକୁ ଆରଏସଏସର ପୂର୍ବତନ କର୍ମୀ ସାମ୍ଭାଜୀ ଭିଡେ ଏବଂ ଭାଜପାର ପୂର୍ବତନ କର୍ପୋରେଟର ମିଲିନ୍ଦ ଏକବୋତେ ଉସୁକାଇଥିଲେ ।

ହର୍ଷ ପୋଟଦାର ନାମକ ଏହି ଅଭିଯୁକ୍ତ ଜଣକ ସାକ୍ଷୀ ଭାବରେ ନିଜର ବୟାନ ରଖି କହିଥିଲେ ଯେ ଭିଡେ ଓ ଏକବୋତେ ହିଂସାକାଣ୍ଡକୁ ଉସୁକାଇଥିଲେ, ଯାହା ଏଲଗାର ପରିଷଦ ସମ୍ମିଳନୀ ପୁନେର ଶନିୱାର ୱାଡାଠାରେ ୨୦୧୭ ଡିସେମ୍ବର ୨୧ ତାରିଖ ଦିନ ଅନୁଷ୍ଠିତ ହେବାର ଦିନକ ପରେ ଘଟିଥିଲା ।

- Advertisement -

ପୋଟଦାର ତଦନ୍ତ କମିଶନଙ୍କ ନିକଟରେ ଏକ ପ୍ରେସ ବିବୃତି ଦାଖଲ କରି କହିଛନ୍ତି ଯେ ଏକବୋତେ ତାହାକୁ ହିଂସାକାଣ୍ଡର କିଛିଦିନ ପୂର୍ବରୁ ଜିଲାପାଳଙ୍କୁ ପ୍ରଦାନ କରିଥିଲେ । ଉକ୍ତ ପ୍ରେସ ବିବୃତିରେ ଭାଜପାର ପୂର୍ବତନ କର୍ପୋରେଟର ପ୍ରସ୍ତାବିତ ଜନସମାବେଶକୁ ବିରୋଧ କରି ନିଜର ମତ ରଖିଥିଲେ । ବିଶେଷକରି ଦଳିତ ଆମ୍ବେଦକର ସମୁଦାୟ ଏତେ ସଂଖ୍ୟାରେ ଏକତ୍ରିତ ହେବା ଘଟଣାକୁ ଭାଜପାର ପୂର୍ବତନ କର୍ପୋରେଟର ବିରୋଧ କରିଥିଲେ । ସୂଚନାଯୋଗ୍ୟ ଯେ ଭୀମା କୋରେଗାଓଁ ଯୁଦ୍ଧକୁ ସ୍ମରଣ କରିବାକୁ ଯୁଦ୍ଧ ସ୍ମାରକୀ ସ୍ଥଳରେ ଏହି ସମାବେଶ ଆୟୋଜିତ ହୋଇଥିଲା ।

ଦେବେନ୍ଦ୍ର ଫଡନାଭିସ ସରକାରଙ୍କ ଦ୍ୱାରା ନିଯୁକ୍ତ ଦୁଇ ସଦସ୍ୟ ବିଶିଷ୍ଟ ତଦନ୍ତ କମିଶନର ନେତୃତ୍ୱ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ ଏନ ପଟେଲ ନେଉଛନ୍ତି । ଏହି କମିଶନ ସେହି ସମୟରେ ଘଟିଥିବା ଏକାଧିକ ଘଟଣାାର ତଦନ୍ତ କରୁଛନ୍ତି, ଯାହା ପରିଶେଷରେ କୋରେଗାଇଁ ଭୀମାରେ ୨୦୧୮ ଜାନୁଆରୀ ୧ ତାରିଖ ଦିନ ଭୟଙ୍କର ରୂପ ନେଇଥିଲା । ଗତବର୍ଷ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଏହି ମାମଲାରେ ୮ ଅଭିଯୁକ୍ତଙ୍କ ବିରୁଦ୍ଧରେ ମୁମ୍ବଇର ଏକ ସ୍ୱତନ୍ତ୍ର ଅଦାଲତରେ ୧୦ ହଜାର ପୃଷ୍ଠାର ଅତିରିକ୍ତ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା । ସେଥିରେ ଆଇଆଇଟିର ପୂର୍ବତନ ପ୍ରଫେସର ଆନନ୍ଦ ତେଲତୁମ୍ବଡେ, କର୍ମୀ ଗୌତମ ନଭଲାଖା, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ହାନି ବାବୁ, କବୀର କଳା ମଞ୍ଚର କର୍ମୀ ସାଗର ଗୋର୍ଖେ, ରମେଶ ଗାଇଚର ଏବଂ ଜ୍ୟୋତି ଜଗତାପଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories