www.samajalive.in
Sunday, December 14, 2025
23.1 C
Bhubaneswar

କଂଗ୍ରେସ ନେତୃତ୍ୱ ସଂପ୍ରତି ଅପ୍ରାସଙ୍ଗିକ ହୋଇପଡିଛି

ନୂଆଦିଲ୍ଲୀ: ପଞ୍ଜାବ ଓ ଛତିଶଗଡ କଂଗ୍ରେସରେ ଚାଲିଥିବା ବିବାଦକୁ ନେଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କଂଗ୍ରେସ ପ୍ରତି ତୀବ୍ର ଆକ୍ଷେପ କରିଛନ୍ତି । ସେ କହିଛନ୍ତି, ଦଳର ନେତୃତ୍ୱ ସଂପ୍ରତି ଅପ୍ରସାଙ୍ଗିକ ହୋଇପଡିଛନ୍ତି । କଂଗ୍ରେସ ଆଉ ବିରୋଧୀ ଦଳ ଭୂମିକା ସଠିକ ଭାବରେ ନିର୍ବାହ କରିବା ସ୍ଥିତିରେ ନାହିଁ କିମ୍ବା ଏହା ଦଳ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଓ ଅସନ୍ତୋଷକୁ ମଧ୍ୟ ସମାଧାନ କରିବାକୁ ସମର୍ଥ ହେବନାହିଁ । ଏଥିସହିତ ସେ ପୂର୍ଣ୍ଣ ଆସ୍ଥା ପ୍ରକଟ କରି କହିଛନ୍ତି ଯେ ମଧ୍ୟପ୍ରଦେଶରେ ହେବାକୁ ଯାଉଥିବା ଆଗାମୀ ଉପ ନିର୍ବାଚନରେ ଭାଜପା ସମସ୍ତ ତିନିଟି ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନରେ ବିଜୟ ଲାଭ କରିବ । ମଧ୍ୟପ୍ରଦେଶର ଆଲିରାଜପୁର ଜିଲାର ଜୋବାତ, ନିୱାରି ଜିଲାର ପୃଥ୍ୱୀପୁର ଏବଂ ସତନା ଜିଲାର ରାଜଗାଓଁ ବିଧାନସଭା ଆସନ ସମେତ ରାଜ୍ୟର ଖଣ୍ଡୱା ଲୋକସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ପଞ୍ଜାବରେ ସିଧୁଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରଦେଶ କଂଗ୍ରେସ ସଭାପତି କରାଯିବା ପରେ ତାଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ନୂଆ କରି ମୁଖ୍ୟମନ୍ତ୍ରୀ ହୋଇଥିବା ଚରଣଜିତ ଛନ୍ନି ତାଙ୍କ କଥାରେ ପରିଚାଳିତ ହେବେ ବୋଲି ସିଧୁ ମନେ ମନେ ଭାବିନେଇଥିବାବେଳେ ଛନ୍ନି କିନ୍ତୁ ଜଣେ ମୁଖ୍ୟମନ୍ତ୍ରୀ ଭାବରେ ନିଜେ ନିଷ୍ପତ୍ତି ନେଇଥିଲେ । ଏହାକୁ ନେଇ ବିବାଦ ସୃଷ୍ଟି ହେବାପରେ ସିଧୁ ପ୍ରଦେଶ କଂଗ୍ରେସ ସଭାପତି ପକ୍ଷରୁ ଇସ୍ତଫା ଦେଇଥିଲେ । ତାଙ୍କୁ ସମର୍ଥନ କରି ରାଜ୍ୟ ମନ୍ତ୍ରିମଣ୍ଡଳରୁ ଜଣେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି । ଇତିମଧ୍ୟରେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି କ୍ୟାପଟେନ ଅମରିନ୍ଦର ସିଂ ଦଳ ଛାଡିବା ସୂଚନା ଦେଇସାରିଛନ୍ତି । ଅନୁରୂପ ଭାବରେ ଛତିଶଗଡରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଟି ଏସ ସିଂହଦେଓ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ଦାବି କରିଛନ୍ତି । ରାଜ୍ୟର ଭୂପେଶ ବାଘେଲଙ୍କ ନେତୃତ୍ୱାଧୀନ ସରକାର ଅଢେଇ ବର୍ଷ ପୂରଣ କ ରିବା ପରେ ଅଦଳ ବଦଳ ଭିତ୍ତିରେ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ସିଂହଦେଓଙ୍କ ସମର୍ଥକମାନେ ଅଡି ବସିଛନ୍ତି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories