www.samajalive.in
Sunday, December 7, 2025
23.1 C
Bhubaneswar

ଦୁଇ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ, ଜମି ବିବାଦରୁ ଜଣେ ବ୍ୟକ୍ତିଙ୍କୁ ତଣ୍ଟି ଚିପି କରିଥିଲେ ହତ୍ୟା

ଭବାନୀପାଟଣା : ୨୦୧୫ର ଏକ ହତ୍ୟା ଘଟଣାରେ ଧର୍ମଗଡ ଅତିରିକ୍ତ ଦୌରା ଜିଲ୍ଲା ଦୌରାଜଜ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି।  ଅଭିଯୋଗ ଅନୁଯାୟୀ ଜୟପାଟଣା ଥାନା ଆମଜୋର ଗାଁର ମନୁ ରଣା ମଦ ବିକ୍ରି କରିବା ସହିତ ଗାଁ ପୋଖରୀକୁ ଲିଜ ନେଇ ମାଛ ଚାଷ କରୁଥିଲା। ଉକ୍ତ ପୋଖରୀ ତଳେ ଥିବା ଚାଷୀଙ୍କୁ ପୋଖରୀ ହୁଡା ଦେଇ ଯାତାୟାତ କରିବାକୁ ମନା କରୁଥିଲା। ସେହି କାରଣରୁ ଅଭିଯୁକ୍ତ ଏବଂ ମୃତକ ଙ୍କ ମଧ୍ୟରେ ବିବାଦ ଲାଗିରହୁଥିଲା। ଏଣୁ ଦୁଇ ଅଭିଯୁକ୍ତ ଖଗେଶ୍ବର ରାଉତ ଏବଂ ଗଦାଧର ରଣା, ମନୁକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଅଭିଯୋଗ ଅନୁଯାୟୀ ଗତ ୭.୧୦.୨୦୧୫ ଭୋର୍ ୫ ଟା ବେଳେ ମନୁ ରଣା କୁଟ୍ରୁ ଭାଟିରୁ ମଦନେଇ ଫେରୁଥିବା ବେଳେ ଦୁଇ ଅଭିଯୁକ୍ତ ତାକୁ ଗାମୁଛାରେ ତଣ୍ଟି ଚିପି ହତ୍ୟା କରି ଶିଶୁ ଘାଟିରେ ମୃତଦେହକୁ ଫିଙ୍ଗି ଦେଇଥିଲେ।

ଏନେଇ ପରିବାର ଲୋକ ଜୟପାଟଣା ଥାନାରେ ଅଭିଯୋଗ କରିବା ପରେ ୩୦୨ ଦଫାରେ ୨୮୩/୧୫ ନମ୍ୱର୍ ମାମଲା ରୁଜୁ କରି ପୋଲିସ ତଦନ୍ତ କରି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା। ସାକ୍ଷୀ, ପ୍ରମାଣ ଭିତ୍ତି ରେ ଏହି ଘଟଣା ର ଶୁଣାଣି କରି ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ ସୁରେଶ ଚନ୍ଦ୍ର ପ୍ରଧାନ ଆଜି ଦୁଇ ଅଭିଯୁକ୍ତ ଖଗେଶ୍ବର ରାଉତ ଏବଂ ଗଦାଧର ରଣା ଙ୍କୁ ଦୋଷୀ ସାବ୍ୟସ୍ତ କଲେ। ଆଇପିସି ର ୩୦୨ ଧାରା ଅନୁଯାୟୀ ଦୁଇଦୋଷୀ ଙ୍କୁ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅତିରିକ୍ତ ୬ ମାସ ଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାକୁ ସରକାର ଙ୍କ ତରଫରୁ ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଏକ ପରିଚାଳନା କରୁଥିଲେ।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

Related Articles

Popular Categories