ଦୁଇଟି ଦୁର୍ଘଟଣାରେ ତିନି ମୃତ

ଭବାନୀପାଟଣା: ଆଜି ଜୁନାଗଡ଼ ରାସ୍ତା ବାନ୍ଦୋପଲା ନିକଟ ସରକାରୀ ଇଞ୍ଜିନିୟରିଂ କଲେଜ ପାଖରେ ଦୁଇଟି ଦୁର୍ଘଟଣା ରେ ତିନିଜଣ ଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର ରୁ ଆସିଥିବା ଏକ ପାଇପ ବୋଝେଇ ଟ୍ରକ ର ଟାୟାର ବଦଳାଇଉ ଥିବା ବେଳେ ଡ୍ରାଇଭର ଏବଂ କ୍ଲିନରଙ୍କୁ ଏକ ଟ୍ରଲର ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଟ୍ରକ୍ ର ହେଲପର ଏବଂ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଡ୍ରାଇଭରର ମୃତ୍ୟୁ ଘଟିଛି। ଉଭୟଙ୍କ ପରିଚୟ ଜଣା ପଡିନାହିଁ।  ଟ୍ରଲରରେ ଲୁହା ରଡ଼ ବୋଝେଇ ହେଇଥିଲା। ସଦର ଥାନା ପୋଲିସ ଉଭୟ ଗାଡି ଜବତ କରି ଘଟଣାର ତଦନ୍ତ କରୁଛି।

ଅପରାହ୍ନ ରେ ସରକାରୀ ଇଂଜିନିୟରିଂ କଲେଜ୍ ନିକଟ ସେହି ସ୍ଥାନରେ ଏକ ବାଇକ୍ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା ହେଇଥିଲା। ଫଳରେ ଘଟଣାସ୍ଥଳରେ  ଗଣ୍ଡ ବାରଝୋଲା ଗାଁର ରୂପଧର ମାଝି  ମୃତ୍ୟୁ ଘଟିଛି। ସଦର ଥାନା ପୋଲିସ ଘଟଣା ର ତଦନ୍ତ କରୁଛି।

Comments are closed.