୧୩ କେଜି ୩୩୦ ଗ୍ରାମ ଓଜନର ବଜ୍ରକାପ୍ତା ଜବତ, ଜଣେ ଗିରଫ

ଭବାନୀପାଟଣା / ନର୍ଲା:କଳାହାଣ୍ଡି ଜିଲାର ନର୍ଲା ଫରେଷ୍ଟ ରେଞ୍ଜ ଅଧିନରୁ ବଜ୍ରକାପ୍ତା ଚୋରାଚାଲାଣ ବେଳେ ଜଣେ ଗିରଫ ଓ ଜୀବନ୍ତ ୧୩ କେଜି ୩୩୦ ଗ୍ରାମ ଓଜନର ବଜ୍ରକାପ୍ତା ଜବତ ହୋଇଛି। କଳାହାଣ୍ଡି ଜିଲାର କେସିଙ୍ଗା ଥାନା ଓ ନର୍ଲା ଫରେଷ୍ଟ ରେଞ୍ଜ ଅଧିନର କଲମ ଗ୍ରାମ ପଞ୍ଚାୟତ ଟକର୍ଲା ଗ୍ରାମର ଅଞ୍ଜନ କୁମାରଙ୍କ ପୁଅ ଜିତେନ୍ଦ୍ର କୁମାର (୩୧ ) ବଜ୍ରକାପ୍ତା ଚୋରା ଚାଲାଣ କରୁଥିବା ସୂଚନା ମିଳିଥିଲା। କଳାହାଣ୍ଡି ଉତ୍ତର ବନଖଣ୍ଡର ନର୍ଲା ଫରେଷ୍ଟ ରେଞ୍ଜ ଅଧିକାରୀ ପ୍ରଶାନ୍ତ କୁମାର ପାଲ ଓ ଅନ୍ୟ ଅଧିକାରୀ ମାନେ ୨୨ ତାରିଖ ଦିନ ଜିତେନ୍ଦ୍ର କୁମାର ଘର ଉପରେ ଚଢ଼ାଉ କରି ୧୩ କେଜି ୩୩୦ ଗ୍ରାମ ଓଜନର ଜୀବନ୍ତ ବଜ୍ର କାପ୍ତା ଉଦ୍ଧାର କରିଥିଲେ। ଜିତେନ୍ଦ୍ର କୁମାରକୁ ଅଟକ ରଖି ନର୍ଲା ଫରେଷ୍ଟ ଉକ୍ତ ବଜ୍ରକାପ୍ତା କେଉଁଠୁ ଧରିଲା ,ଏହି ଚୋରା ଚାଲାଣରେ ଆଉ କେଉଁ ମାନେ ସଂପୃକ୍ତ ଅଛନ୍ତି ଆଦି ସଂମ୍ପର୍କ ତଦନ୍ତ ଚାଲୁଥିବା ଜଣାଯାଇଛି।
ଏଠାରେ ସୂଚନା ଯୋଗ୍ୟ ଯେ ଓଡିଶା କ୍ରାଇମବ୍ରାଞ୍ଚ ଏସଟିଏଫ୍ ୨୦୨୦ରୁ ଏବେ ପର୍ଯ୍ୟନ୍ତ ୧୪ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି। ଆନ୍ତର୍ଜାତିକ ବଜାରରେ ଏହାର ଅଧିକ ଚାହିଦା ଥିବାରୁ ଏବେବି ଚୋରାଚାଲାଣକାରୀ ସକ୍ରିୟ ଅଛନ୍ତି ।

Comments are closed.