କଟକ / ଭୁବନେଶ୍ୱର : ବିଜୟା ଦଶମୀ ସହ ସରିଛି ଶାରଦୀୟ ଦୁର୍ଗା ପୂଜା। ବିଦାୟ ନେଉଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା। ବୁଧବାର ଅର୍ଥାତ ଆଜି ହେଉଛି ଭସାଣ ଉତ୍ସବ। ଏଥିପାଇଁ ପ୍ରସ୍ତୁତି ସହ କେତେକ ସ୍ଥାନରେ ମୂର୍ତ୍ତି ବିସର୍ଜନ ଆରମ୍ଭ ହୋଇସାରିଲାଣି। ମଙ୍ଗଳବାର ରାତିରୁ କଟକର କିଛି ସ୍ଥାନରେ ମୂର୍ତ୍ତି ଭସାଣ ଉତ୍ସବ ଆରମ୍ଭ ହୋଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୫୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ୩୦୦ ଅଫିସର, ୪ ଅତିରିକ୍ତ ଡ଼ିସିପିଙ୍କ ସହ ରାପିଡ୍ ଆକ୍ସନ ଫୋର୍ସ, ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହୋଇଛନ୍ତି।
ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏଥିନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଜଧାନୀର ତିନିଟି ସ୍ଥାନରେ ଭସାଣ ଶୋଭାଯାତ୍ରା ଅନୁଷ୍ଠିତ ହେବ। ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ନୟାପଲ୍ଲୀ ପଡ଼ିଆରେ ୨୦ଟି ମେଢ ଏକାଠି ହେବ। ସେଠାରୁ ହିଁ ଭସାଣ ଉତ୍ସବ ଆରମ୍ଭ ହେବ। ସେହିପରି ସହିଦ ନଗର ପଡ଼ିଆ ଓ ଚନ୍ଦ୍ରଶେଖରପୁର ଆରଟିଓ ପଡ଼ିଆରେ ବିଭିନ୍ନ ମୂର୍ତ୍ତି ଏକାଠି ହେବା ପରେ ଭସାଣ ଉତ୍ସବ ଆରମ୍ଭ ହେବ। ଧାଡ଼ି ଶୋଭାଯାତ୍ରା ପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ମେଲାଣି ନେଉଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା
Popular Categories



