ଭାର୍ଗବୀ ନଦୀ ବନ୍ଧରେ ଘଳିଆ, ଲୋକେ ଆତଙ୍କିତ

ସୁଆଣ୍ଡୋ : ଭାର୍ଗବୀ ଏବେ ପୂର୍ଣ୍ଣଗର୍ଭା । ଲଘୁଚାପ ଜନିତ ବର୍ଷା ହେତୁ ଭାର୍ଗବୀନଦୀ ରେ ବନ୍ୟାଜଳ ଆସିଛି । ଏହାର ପ୍ରଭାବରେ ନଦୀର ଉଭୟ ପାଶ୍ୱର୍ ବନ୍ଧରେ ବଡ ବଡ ଘଳିଆ ପଡିଛି । ଆନନ୍ଦପୁର ନିକଟରେ ଚାରି ଇଞ୍ଚ ଗୋଲେଇ ର ଘଳିଆ ପଡ଼ିଥିବା ବେଳେ ରଥିପୁର, ବାମଦେଇପୁ, କଳାପାହା, ଚିଲପାଟଣ, ନାହାମଙ୍ଗ ପାଟଣ ଓ ବିଦ୍ୟାଧର ପୁର ଆଦି ଗ୍ରାମ ନିକଟ ନଦୀ ବନ୍ଧରେ ଘଳିଆ ପଡିଛି । ସାକ୍ଷୀଗୋପାଳ ଜଳସମ୍ପଦ ବିଭାଗ ଏସଡିଓ ଓ କନିଷ୍ଠଯନ୍ତ୍ରୀ ଘଳିଆ ପଡିଥିବା ସ୍ଥାନ ବୁଲିଦେଖିବା ସହ ସ୍ଥାନୀୟଲୋକଙ୍କ ଦ୍ୱାରା ଘଳିଆ ଜାଗା ଗୁଡିକରେ ବାଲିବସ୍ତା ପକାଇଛନ୍ତି। ଲୋକମାନେ ଭୟଭୀତ ନହେବାକୁ ସ୍ଥାନୀୟ ପ୍ରସାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

kalyan agarbati

Comments are closed.