ଭୈରବୀ ଡିଗ୍ରୀକଲେଜ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଢିବା ପାଠ ପଢାଇଲେ ଜିଲ୍ଲାପାଳ
ମାଇଁ ହାପିନେସ୍, ମାଇଁ କ୍ୟାରିୟର କାର୍ଯ୍ୟକ୍ରମରେ ଯୋଗଦାନ କଲେ ଜିଲ୍ଲାପାଳ
ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକସ୍ଥିତ ଭୈରବୀ ଡିଗ୍ରୀକଲେଜରେ ସୋମବାର ବୌଦ୍ଧ ଜିଲ୍ଲାପାଳ ସତ୍ୟରଞନ ସାହୁ ‘ମାଇଁ ହାପିନେସ୍-ମାଇଁ କ୍ୟାରିୟର’ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଚେତନ, ଇଛାଶକ୍ତି, ପ୍ରତିଶ୍ରୁତିବଦ୍ଧ ହୋଇ ନିଜେ ଖୁସି ରହିବା ସହିତ ନିଜର ଭବିଷ୍ୟତ କିଭଳି ଗଢିହେବ ସେ ଦିଗରେ ପିଲାଙ୍କୁ ଅନେକ ଗୁଡିଏ ଗଠନ ମୂଳକ ପରାମର୍ଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଏକ ଘଣ୍ଟା ସମୟ ପିଲାମାନଙ୍କ ସହିତ ବିତାଇ ଅନେକ ଗୁଡିଏ ଉପଦେଶ ଦେଇଥିଲେ । ୬ରୁ ୭ଘଂଟା ପାଠପଢିବା ପାଇଁ ପରାମର୍ଶ ଦେଇଥିଲେ।ଏହା ସହିତ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ଯତ୍ନବାନ ହେବା ପାଇଁ ଯୋଗାଭ୍ୟାସ ସାଙ୍ଗକୁ ନିୟମିତ ବ୍ୟାୟାମ, ଚାଲିବା ଅଭ୍ୟାସ ରଖିବାକୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଡିଗ୍ରୀ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଇଂରାଜୀ ଅଧ୍ୟାପକ ପ୍ରମୋଦ କୁମାର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ସୂଚନା ଲୋକ ସର୍ମ୍ପକ ଅଧିକାରୀ ରିତୀକାନ୍ତ ବଳିଆର ସିଂହ, ତାଲିମ ରିଜର୍ଭ ଅଧିକାରୀ ସୌଦାଗର ବେହେରା, ରାଜେନ୍ଦ୍ର ସେନାପତି, ସୁମନରାଜା ମହାନ୍ତି ପ୍ରମୁଖ ସାମିଲ ଉପସ୍ଥିତ ଥିଲେ।
Comments are closed.